ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

0
195

ବ୍ରହ୍ମପୁର,୩୧/୦୭/୨୦୨୩: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ।

ବ୍ୟାପକ ସିଏସ୍ଆର୍ ଅଭିଯାନର ଓଡ଼ିଶା ଜୀବିକା ମିଶନ ଅଧୀନରେ ଗଠନ କରାଯାଇଥିବା ଡବ୍ଲୁଏସ୍ଏଚଜି ଗୁଡ଼ିକ ସହିତ ଟିପିଏସ୍ଓଡିଏଲ୍ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି ଏବଂ ସେମାନଙ୍କ ସାମଗ୍ରିକ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛି । ଏହି ପ୍ରଶଂସନୀୟ ଉଦ୍ୟମ ଅଧୀନରେ ସାମିଲ ରହିଛି ଟିପିଏସ୍ଓଡିଏଲ୍ ପରିଚାଳନା କ୍ଷେତ୍ର ଅଧୀନରେ ଥିବା ସମସ୍ତ ଆଠଟି ଜିଲ୍ଲାର ସମ୍ଭାବ୍ୟ ଡବ୍ଲୁଏସ୍ଏଚଜି ଓ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବ୍ୟାପକ ତାଲିମ ଓ ସହାୟତା ପ୍ରଦାନ କରିବା ।

ବର୍ତ୍ତମାନ ସୁଦ୍ଧ ଟିପିଏସ୍ଓଡିଏଲ୍ ର ଜୀବିକା ଉନ୍ନତୀକରଣ କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଡବ୍ଲୁଏସ୍ଏଚଜିଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଶେଷଜ୍ଞମାନଙ୍କ ଦ୍ୱାରା ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପର ବିଭିନ୍ନ ଦିଗ ଉପରେ ଅନୁଷ୍ଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଏହି ସଶକ୍ତ ସଦସ୍ୟାମାନେ ଉପକୃତ ହୋଇପାରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ଡବ୍ଲୁଏସ୍ଏଚଜିମାନଙ୍କୁ ଛତୁ ଚାଷ, କୁକୁଡ଼ା ପାଳନ, ବାଡ଼ି ବଗିଚାଚାଷ, ଫୁଲ ଚାଷ ଏବଂ ବିଶେଷ କରି ମିଲେଟ୍ ଚାଷର ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଉଦ୍ୟମରେ ଆଗକୁ ବଢ଼ି ଟିପିଏସ୍ଓଡିଏଲ୍ ପକ୍ଷରୁ ସେମାନଙ୍କୁ ବିହନ, ସାର, କୁକୁଡ଼ା, ପ୍ରଜନନ, କୁକୁଡ଼ା ଚିଆଁ ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଦିଆଯିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବିପଣନ ସୁବିଧା ପ୍ରଦାନ କରାଯାଉଛି ।

“ଟିପିଏସ୍ଓଡିଏଲ୍ ରେ ଆମେ ନିରନ୍ତର ବିକାଶ ସହ ଗୋଷ୍ଠୀ ସଶକ୍ତୀକରଣ ଉପରେ ଦୃଢ଼ ଭାବେ ବିଶ୍ୱାସ କରୁଛୁ । ଆମର ସିଏସ୍ଆର୍ ଅଭିଯାନ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପ୍ରତି ଆମେ ସମର୍ପିତ ରହିଛୁ । ସେମାନଙ୍କୁ ତାଲିମ, ସମ୍ବଳ ଏବଂ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ସହାୟତା ପ୍ରଦାନ କରି ସେମାନଙ୍କୁ ଦୃଢ଼ ଭାବେ ଆତ୍ମନିର୍ଭରଶୀଳ କରିବା ଏବଂ ଗୋଷ୍ଠୀର ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ ବୋଲି ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।

ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ଏବଂ ବ୍ୟାପକ ସହାୟତା ପ୍ରଦାନ କରି ଟିପିଏସ୍ଓଡିଏଲ୍ ଡବ୍ଲୁଏସ୍ଏଚଜି ସଦସ୍ୟାମାନଙ୍କୁ ପ୍ରତ୍ୟକ୍ଷ ଭାବେ ସଶକ୍ତ କରି ଏକ ସମୃଦ୍ଧ ଜୀବନଯାପନ କରିବା ଏବଂ ସମାଜ ପ୍ରତି ଯୋଗଦାନ ପ୍ରଦାନ କରିବାରେ ସେମାନଙ୍କୁ ସଶକ୍ତ କରୁଛି । ଏହି ଅଭିଯାନଗୁଡ଼ିକ ଜରିଆରେ ଏକ ଅଧିକ ସମାନତା ଓ ଆତ୍ମନିର୍ଭର ସମାଜ ସୃଷ୍ଟି କରିବାକୁ ଟିପିଏସ୍ଓଡିଏଲ୍ ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here