ମହୁରୀ କାଳୁଆ ପୀଠରେ ସାନଖେମୁଣ୍ଡି ବୁକ କଂଗ୍ରେସର ଚିନ୍ତନ ବୈଠକ। ସାନଖେମୁଣ୍ଡିରେ ବିଜେଡି ସବୁ ଫାଇଦାରେ ଥାଇ ସୁଦ୍ଧା ଆମେ ଜିତିବା ହିଁ ଆମ କଂଗ୍ରେସର ବୈଶିଷ୍ଟତା :ରମେଶ ଜେନା ।

0
165

ବ୍ରହ୍ମପୁର , ୦୩/୦୮/୨୦୨୩ : ରାଜ୍ୟ ରାଜନୀତିରେ ପ୍ରମୁଖ ପତିଆରା ଜାହିର କରୁଥିବା ଚର୍ଚ୍ଚିତ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ଏବଂ ଗତ ପଞ୍ଚାୟତରେ ଶାସକଦଳ ବିଜେଡି ତା’ର ପ୍ରଶାସନିକ ରଣକୌଶଳ ଅବଲମ୍ବନ କରି ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ସମିତି ଦଖଲ କରିଛି । ଉଭୟ ବ୍ଲକକୁ ବିଜେଡି ଉନ୍ନୟନ କାର୍ଯ୍ୟାଳୟ ଭାବରେ ଗ୍ରହଣ କରି ନିଜ କର୍ମୀ , ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ସରକାରୀ ଯୋଜନା ଆଢ଼ୁଆଳରେ ନିର୍ଦ୍ଧୁମ ଯୋଜନା ଅର୍ଥକୁ ହଡ଼ପ କରିବାକୁ ସୁଯୋଗ ଦେଇ ସାମାଜିକ ଅରାଜକତା ସୃଷ୍ଟି କରୁଛି । ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରକାରେ ନିର୍ବାଚନ ମଣ୍ଡଳୀରେ କରାଯାଇଥିବା ଉନ୍ନୟନ ଯୋଜନା ସାନଖେମୁଣ୍ଡିରେ ବିଶେଷ କରି ବିଜେଡି ପୋଷଣ ଯୋଜନା ହୋଇଅଛି । ପରନ୍ତୁ କଂଗ୍ରେସ କର୍ମୀ ଓ ସଂଗଠକଙ୍କୁ ଗମ୍ଭୀର ପ୍ରଶାସନିକ ଯାତନା ପରେ ମଧ୍ୟ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀଙ୍କ ତ୍ୟାଗ , ଧର୍ଯ୍ୟପୂର୍ଣ୍ଣ ସଂଗ୍ରାମ ତଥା ସାଧାରଣ ନିଷ୍ପେସିତ ଜନତାଙ୍କ ପାଖରେ କଂଗ୍ରେସର ଉପସ୍ଥିତି ଏବଂ ଭରପୁର ସହଯୋଗର କାରଣ ହିଁ ଗଞ୍ଜାମରେ ରମେଶ ଜେନାଙ୍କ ବିଜୟ କଂଗ୍ରେସର ବୈଶିଷ୍ଟ୍ୟକୁ ସୁଚାଉଥିବା ନେଇ ଆଜି ନିଜ କର୍ମୀଙ୍କ ସମାବେଶରେ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା କର୍ମୀଙ୍କୁ ଉଦବୋଧିତ କରିଛନ୍ତି । ପ୍ରତିକୂଳ ପାଗ, ଲଗାଣ ବର୍ଷା ସହ ନିଜନିଜ ଚାଷକାର୍ଯ୍ୟ ଚାଲିଥିବା ସମୟରେ ମହୁରୀ କାଳୁଆ ଶକ୍ତିପୀଠରେ ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଶହ କର୍ମୀଙ୍କ ସମାବେଶ ହିଁ କଂଗ୍ରେସ କର୍ମୀଙ୍କ ନିଷ୍ଠତାକୁ ସୁଚଉଥିବା ନେଇ ବିଧାୟକ ଶ୍ରୀ ଜେନା ଉପସ୍ଥିତ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ଏହା ସହ ମିଳିତ ରଣକୌଶଳ , କର୍ମୀଙ୍କ ଆପୋଷ ବୁଝାମଣା ସହିତ ସାଧାରଣ ଜନତାଙ୍କ ସେବାରେ କଂଗ୍ରେସ କର୍ମୀ ସାମିଲ ରହିଲେ ସାନଖେମୁଣ୍ଡି ଏବଂ ଓଡ଼ିଶାରେ କଂଗ୍ରେସର ପରାଜୟ ଚାହୁଁଥିବା ରାଜନୈତିକ ଠକଙ୍କ ବିପୁଳ ବିପର୍ଯ୍ୟୟ ଘଟିବା ଥୟ ବୋଲି ବିଧାୟକ ଶ୍ରୀ ଜେନା କର୍ମୀଙ୍କୁ ଅନୁପ୍ରାଣିତ କରିଛନ୍ତି ।

ବହୁ ସମୟ ବ୍ୟବଧାନରେ ସାନଖେମୁଣ୍ଡି ବ୍ଲକ କଂଗ୍ରେସର ଏହି ଚିନ୍ତନ ସମାବେଶରେ ପ୍ରତି ପଞ୍ଚାୟତରୁ ବିପୁଳ ସଂଖ୍ୟାରେ ତୃଣମୂଳ କର୍ମୀଙ୍କ ସହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ । ଯୁବ ନେତୃତ୍ବକୁ ଫୋକସରେ ରଖି କଂଗ୍ରେସ ତା’ର ୨୦୨୪ ନିର୍ବାଚନ ସମ୍ମୁଖୀନ ହେଉଥିବାରୁ ରାହୁଲଙ୍କ ବର୍ଦ୍ଧିତ ଲୋକପ୍ରିୟତା ଆଧାରରେ କଂଗ୍ରେସ ନିର୍ବାଚନ ଲଢ଼ିବାକୁ ଯାଉଥିବା , ବିଜେପି ନେତୃତ୍ଵାଧୀନ ପ୍ରଧାନମନ୍ତ୍ରୀ ମୋଦି ଗୋଷ୍ଠୀଙ୍କ ଅପାରଗତା ଏବଂ ରାଜ୍ୟର ବିପର୍ଯ୍ୟୟ ଜନତା ଦଳର ଅସହିଷ୍ନୁ ପ୍ରଶାସନିକ ରାଜ ବିରୋଧରେ ଗଂଗ୍ରେଶର ରଣନୀତି ସମ୍ପର୍କରେ ଉପସ୍ଥିତ କର୍ମୀଙ୍କୁ ଅନୁପ୍ରାଣିତ ମଧ୍ୟ କରିଥିଲେ ।
ପାଟପୁର ସରପଂଚ ପ୍ରତିନିଧି ତଥା ଯୁବନେତା ମୁକୁନ୍ଦ ଚନ୍ଦ୍ର ବରାଡଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ କଂଗ୍ରେସର ବାଉରୀବନ୍ଧୁ ପ୍ରଧାନ , ରୋହିତ ଖୁଣ୍ଟିଆ , ସିମାଞ୍ଚଳ ଗୌଡ ,ନିରାକାର ପ୍ରଧାନ ,ପ୍ରତାପ ପ୍ରଧାନ , ଶରତ ସ୍ୱାଇଁ , ମହେନ୍ଦ୍ର ପ୍ରଧାନ ,ଆଲୋକ ସ୍ବାଇଁ , ଅମିର ଭୂୟାଁ , ଶଙ୍କର୍ଷଣ ଖୁଣ୍ଟିଆ , ପିଣ୍ଟୁ ସେଠୀ ,ବୁଲୁ ସେଠୀ , ବାଲ୍ମୀକି ପ୍ରଧାନ , ନାରାୟଣ ପ୍ରଧାନ ଅରୁଣ କୁମାର ସାହୁ , ବିଭୂତି ଭୂଷଣ ଦୋରା , ପ୍ରଭାକର ପଟ୍ଟନାୟକ ପ୍ରମୁଖ ତୃଣମୂଳ ସ୍ତରୀୟ କର୍ମୀ ସଂଗଠକ ମଞ୍ଚାସିନ ରହି କର୍ମୀଙ୍କ ଉଦ୍ଧେଶ୍ୟରେ ନିଜନିଜ ପଞ୍ଚାୟତର ସ୍ଥିତାବସ୍ଥା ନେଇ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here