ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

0
195

ବ୍ରହ୍ମପୁର,୦୪/୦୮/୨୦୨୩: ଅସ୍ଥି ଶଲ୍ୟ ମଞ୍ଚ ତରଫରୁ ଆଜି ସନ୍ଧ୍ୟାରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଅବସରରେ ମଞ୍ଚର ସମ୍ପାଦକ ଡା. ସଙ୍କର୍ଷଣ ପାତ୍ର ଙ୍କ ଆବାହକତ୍ୱ ରେ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚ ତରଫରୁ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କିପରି ଆଘାତ ପ୍ରାପ୍ତ ବ୍ୟକ୍ତିଟିର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ସେହି ବିଷୟରେ ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ହୋଟେଲ ଜେ.ବି. ପ୍ରାଙ୍ଗଣର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ର ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ଭାବେ ବ୍ରହ୍ମପୁର ପୋଲିସ ଅଧିକ୍ଷକ ଡା. ଏମ ଶ୍ରବଣ ବିବେକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ର ଅଧକ୍ଷ ଡା.ସନ୍ତୋଷ ମିଶ୍ର ଓ ଅଧିକ୍ଷକ ଡା. ସୁଚିତ୍ରା ଦାସ, ଓଡିଶା ଅସ୍ଥି ଶଲ୍ୟ ସଂଘର ସଭାପତି ଡା. କେ ସସ୍କର ରାଓ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ମଞ୍ଚର ଉପଦେଷ୍ଟା ପଦ୍ମଶ୍ରୀ ଡା. କୃଷ୍ଣ ଚନ୍ଦ୍ର ପାଠୀ ମଞ୍ଚ ବର୍ଷ ସାରା ଏହି ପରି ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।ଡା. ପ୍ରକାଶ ଚନ୍ଦ୍ର ମଲ କଥିତ ବିଷୟ ଉପରେ ତାଙ୍କର ସନ୍ଦର୍ଭ ଉପସ୍ଥାପନା କରି ଥିଲେ || ଏଥିରେ ଅର୍ଜୁନ ହସ କ୍ଲବ, ପ୍ରାଇଭେଟ ପ୍ରାକଟିସନର୍ସ ସଂଘ, ଟ୍ରାଫିକ ପୋଲିସ, ଡକ୍ଟର୍ସ ଫୋରମ ଓ ଅନ୍ୟାନ ସଂଘର ପ୍ରାୟ ଏକ ସହ ବ୍ୟକ୍ତି ଉପସ୍ଥିତ ରହି ବିତର୍କରେ ଭାଗ ନେଇଥିଲେ ।ମଞ୍ଚର ସଭାପତି ଡା ପ୍ରଫେସର ଅବନୀ କାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here