ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

0
210

ଗୋପାଳପୁର,୧୬/୦୮/୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପୋଡାପଦର ୟୁପି ହାଇସ୍କୁଲରେ ଚଳିତ ବର୍ଷର ବିଷୟବସ୍ତୁକୁ ନେଇ “ଯୁବପିଢ଼ି ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘସ୍ଥାୟୀ ଦୁନିଆ ଆଡକୁ ଅଗ୍ରଗତି’’ ନାମକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଷ୍ଟ୍ର ଗଠନ ଓ ଏକ ଦୀର୍ଘସ୍ଥାୟୀ ପରିବେଶକୁ ସୁଦୃଢ଼ କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ଅବସରରେ ଟିଏସ୍‌ଏଫ୍ ଗୋପାଳପୁରର ମୁଖ୍ୟ, ପୋଡ଼ାପଦର ୟୁପି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାନ୍ତି, ପୋଡ଼ାପଦର ୟୁପି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ପୋଡାପଦର ସରପଂଚ ସୁଜାତା ଦାସ, ପୋଡାପଦର ସମିତି ସଭ୍ୟ ଶଶି ଦାସ, ପୋଡ଼ାପଦର ଏସ୍‌ଏମ୍‌ସି ସଭାପତି ଟଙ୍କଧର ଛଟେଇ ଇତ୍ୟାଦି ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏକ ସ୍ୱଚ୍ଛତା ଅଭିଯାନ, ସବୁଜ ନବସୃଜନ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଜାତୀୟ ଯୁବ ଦିବସର ଗୁରୁତ୍ୱ ଉପରେ ବକ୍ତୃତା ଭଳି ତିନି ପ୍ରମୁଖ କ୍ଷେତ୍ର ରହିଥିଲା ଯାହାର ଲକ୍ଷ୍ୟ ଥିଲା ଗୋଷ୍ଠୀ ସଂପୃକ୍ତି ଓ ପରିବେଶ ସଚେତନତାର ପ୍ରସାର କରିବା । ଏହି କାର୍ଯ୍ୟକ୍ରମରେ ୨୦୦ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।

ସ୍ୱଚ୍ଛତା ଅଭିଯାନରେ ଟିଏସ୍‌ଏଫ୍‌ର ସଫେଇ ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମ ରିସ୍ତାର ସାଥିୟା (ପରିବର୍ତନକାରୀ)ର ଉପସ୍ଥିତିରେ ଅତିଥି, ଆୟୋଜକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ସବୁଜ ନବସୃଜନ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରାଛାତ୍ରୀମାନଙ୍କୁ ନିଜ କଳାକୃତି ଜରିଆରେ ଦୀର୍ଘସ୍ଥାୟୀ ଚିନ୍ତାଧାରା ଉପସ୍ଥାପନ କରିବାକୁ ଏକ ମଂଚ ପ୍ରଦାନ କରିଥିଲା ଯାହା ଏକ ସବୁଜ ଭବିଷ୍ୟତ ପ୍ରତି ଛାତ୍ରଛାତ୍ରୀଙ୍କ ସମର୍ପଣ ଭାବକୁ ପ୍ରତିଫଳିତ କରୁଛି ।
ଜାତୀୟ ଯୁବ ଦିବସର ଗୁରୁତ୍ୱ ସମ୍ପର୍କିତ ବକ୍ତୃତା ଏହି କାର୍ଯ୍ୟକ୍ରମରେ ବିଜ୍ଞତାର ଭାବ ପ୍ରଦାନ କରିଥିଲା ଯ।।ହା ଯୁବ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ରହିଥିବା ସଚେତନତାକୁ ପ୍ରତିଫଳିତ କରିଥିଲା । ସେମାନଙ୍କ ବକ୍ତବ୍ୟ ସକାରାତ୍ମକ ପରିବର୍ତନ ପାଇଁ ସମ୍ଭାବ୍ୟ ଯୁବବର୍ଗର ମୂଳ ବାର୍ତା ସହ ଆଧାରିତ ରହିଥିଲା ।

ଟିଏସ୍‌ଏଫ୍ ଗୋପାଳପୁରର ମୁଖ୍ୟଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଯାହା ଏକ ଉତମ ଭବିଷ୍ୟତ ପାଇଁ ଆଜିିର ଯୁବବର୍ଗଙ୍କୁ ସମୃଦ୍ଧ କରିବାର ଗୁରୁତ୍ୱକୁ ଆହୁରି ଦୃଢ଼ୀଭୂତ କରିପାରିଛି । ଏକ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ସମୃଦ୍ଧ ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଗୁରୁତ୍ୱାରୋପ କରିଥିଲା ।

LEAVE A REPLY

Please enter your comment!
Please enter your name here