ସାନଖେମୁଣ୍ଡି ୧୬/୦୮/୨୦୨୩ : ଭାରତୀୟ ସ୍ବାଧୀନତାର ୭୭ ତମ ପୁଣ୍ୟ ଦିବସ ପାଳନ ଅବସରରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଉତ୍ସାହ ଭରିଥିବା ଦେଖାଯାଇଥିଲା । ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ , ବିଦ୍ୟାଳୟ , କଲେଜ ମାନଙ୍କରେ ଦେଶର ସ୍ବାଧୀନତା ଦିବସ ଧୁମଧାମ ସହକାରେ ପାଳିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ନିଜ ସମର୍ଥକ ଏବଂ ସଂଗଠକଙ୍କ ସହ ପାଟପୁର ଗାନ୍ଧିଛକରେ ପତାକା ଉତ୍ତୋଳନ କରିବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦେଶର ସ୍ବାଧୀନତା ସଂଗ୍ରାମର ପୁରୋଧା ଥିବା ପ୍ରବୀଣ ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମ ବାକିଦାନକୁ ସ୍ମରଣ କରିବା ସହ ସେମାନଙ୍କ ମହନୀୟତାକୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧିତ କରିଥିଲେ । ସେହିପରି ସାନଖେମୁଣ୍ଡି ତହସିଲ କାର୍ଯ୍ୟଳୟ ଠାରେ ତହସିଲଦାର ଡଃ ଶ୍ରୀନିବାସ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଗ୍ରାମ୍ୟ ନ୍ୟାୟାଳୟ ଠାରେ ନ୍ୟାୟାଧିକାରୀ ସୁଶ୍ରୀ ସରୋନ ବସ୍ତିଆ ,ପାଟପୁର ଥାନା ପ୍ରାଙ୍ଗଣରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପତାକା ଉତ୍ତୋଳନ କରିବା ସହ ପୋଲିସ ପରେଡରେ ଅଂଶ ଗ୍ରହଣ କରିଥଲେ । ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ସୁଦେଷ୍ଟା ଚୌଧୁରୀ , କଙ୍କୋରଡ଼ା ସରକାରୀବିଜ୍ଞାନ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରକାଶ କୁମାର ଜେନା , ପୋଡାମାରୀ ଜୁନିୟର କଲେଜ ଠାରେ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ରଙ୍କ ଉପସ୍ଥିତିରେ କଲେଜ ପ୍ରତିଷ୍ଠାତା ସଦସ୍ୟ ବାଳମୁକୁନ୍ଦ ଦାସ ବାବା ପତାକା ଉତ୍ତୋଳନ କରିଥିଲେ । ଏତଦ୍ ବ୍ୟତୀତ ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ , ଗ୍ରାମ୍ୟଉନ୍ନୟନ କାର୍ଯ୍ୟାଳୟ ସହ ସମସ୍ତ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି , ସମସ୍ତ ପଞ୍ଚାୟତ କାର୍ଯ୍ୟଳୟ ଠାରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନ ବିଶେଷରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା ।






