ଜିଲ୍ଲା କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ। ଅଣ ଧାନ ଚାଷ ପ୍ରତି ଚଷୀଙ୍କୁ ପ୍ରୋତ୍ସାହିତ କଲେ ଅଧକ ଲାଭବାନ ହେବେ -ଜିଲ୍ଲାପାଳ

0
147

ଛତ୍ରପୁର,୧୮/୦୮/୨୦୨୩: ଗଞ୍ଜାମ ଜିଲ୍ଲାରେ ଖରିଫ୍-୨୦୨୨-୨୩ ଚାଷ ସକାଶେ ବର୍ଷା ଜଳର ଅଭାବ ଥିଲା । ତାହା ଗତ ତିନିଦିନରେ ବର୍ଷା ହୋଇବ ଏବଂ ଆଗାମୀ କିଛି ଦିନ ବର୍ଷା ହେଲେ ଚାଷର ଅନୁକୂଳ ପରିବେଶ ସୃଷ୍ଟି ହେବ ବୋଲି ଜିଲ୍ଲା କୃଷିରଣନୀତି ବୈଠକରେ ଜଣା ପଡିଛି । ଜିଲ୍ଲାର କୃଷି ରଣନୀତି ବୈଠକ ଶୁକ୍ରବାର ଜିଲ୍ଲାପାଳଙ୍କ ସଦ୍ଭାବନା ସଭା କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି୍ତ ହୋଇଯାଇଛି । ଚଳିତ ବର୍ଷ ଫେବୃୟାରୀ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କୃଷିରଣନୀତି ବୈଠକ ବିବରଣୀ ସମସ୍ତ ସଭ୍ୟସଭ୍ୟାଙ୍କ ଅବଗତି ନିମନ୍ତେ ଉପସ୍ଥାପନ ହୋଇଥିଲା । ଏଥିରେ କୌଣସି ଆପତ୍ତି ଅଭିଯୋଗ ନ ହେବା କାରଣରୁ ପ୍ରସ୍ତାବିତ ନିର୍ଦ୍ଧାରଣକୁ ଅନୁମୋଦନ କରାଯାଇଥିଲା । ରବିଚାଷ-୨୦୨୨-୨୩ସକାଶେ ନିଆଯାଇଥିବା ୨୨୧୫୦୫ ହେକ୍ଟରକୁ ଲକ୍ଷ୍ୟ ଧାର୍ଯ୍ୟରୁ ୨୨୧୫୦୩ ହେକ୍ଟର ଫସଲ ହୋଇଥିବା ଜଣାଯାଇଛି ।୨୩୨୦୦ ମେଟ୍ରିକ୍ ଟନ୍ ରାସାୟନିକ ସାର ବିନିଯୋଗ କରିବା ଲକ୍ଷ୍ୟଧାର୍ଯ୍ୟରୁ ୧୬୮୯୪.୨୨୮ ମେଟ୍ରିକ୍ ଟନ୍ ରାସାୟନିକ ସାର ପ୍ରୟୋଗ ହେବା କାରଣରୁ ଧାନ ଏବଂ ଡାଲି ଜାତୀୟ ଫସଲ ଚାଷ ଆଖିଦୃଷ୍ଟିଆ ଭାବେ କୃଷି ହୋଇ ପାରୁଛି । କ୍ଲଷ୍ଟର ସ୍ତରୀୟ ଯୋଜାନା ପ୍ରସ୍ତୁତ କରାଯାଇ ଚାଷ କାର୍ଯ୍ୟକରାଗଲେ ଚାଷୀକୁଳଙ୍କ ସୁବିଧା ହେବ । ଚାଷୀଗଣ ନିଜ ଫସଲର କିଣା ବିକା କରିବା ସହିତ ସେମାନଙ୍କ ଉତ୍ପାଦିତ ଫସଲକୁ ଶୀତ ତାପ ଗୋଦାମରେ ରଖି ଚାଷର ଉଚିତ୍ ମୂଲ୍ୟ ପାଇ ପାରିବେ । ଏଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବାରୋପ କରିଥିଲେ । ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ ଚାଷ ଦିଗରେ ଚାଷୀଙ୍କୁ ପ୍ରୋତ୍ସାହିତ କରାଗଲେ ସେମାନେ ଉପକୃତ ହୋଇ ପାରିବେ । ବର୍ତ୍ତମାନ ତୁଳାର ଚାହିଦା ରହିଛି । ଏହାର ଦର ମଧ୍ୟ ଅଧିକା ଅଛି । ଏହା ପ୍ରତି ଚାଷୀ କୂଳ ଆଗ୍ରହୀ ହେଲେ ଆଗାମୀ ଦିନରେ ଅଧୁକ ଲାଭବାନ୍ ହୋଇ ପାରିବେ । ଚଳିତ ଖରିଫ୍ ଚାଷ ସକାଶେ ପ୍ରଦାନ କରାଯାଇଥିୁବା ଲକ୍ଷ୍ୟ ଧାର୍ଯ୍ୟ ଯେମିତି ଶତ ପ୍ରତିଶତ ପୂରଣ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ମାଣ୍ଡିଆ ଚାଷକୁ ଅଧିକ ଗୁରୁତ୍ବ ଦିଆ ଯାଇଛି । ଏଣୁ ଏହି ଚାଷ ଦ୍ବାରା ଚାଷୀକୁଳ ଅଧିକ ଲାଭବାନ ହୋଇ ପାରୁଛନ୍ତି । ଏଣୁ ମାଣ୍ଡିଆ ଚାଷ ପ୍ରତି କୃଷକ ମାନଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି । ଚାଷୀଙ୍କୁ ଚାରା ଏବଂ ସାର ଯୋଗାଇ ଦେବାରେ ଯେମିତି ଅସୁବିଧା ହେବ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ମାଟିର ଉର୍ବରତା ପରୀକ୍ଷା କରି ସଠିକ୍ ସାର ପ୍ରୟୋଗ ହୋଇ ପାରିଲେ ଚାଷ ଉନ୍ନତ ଧରଣର ହୋଇ ପାରିବ । ୨୦୨୨-୨୩ ଚାଷ ସକାଶେ ୧୫୦୦ ମାଟିର ଉର୍ବରତା ପରୀକ୍ଷା ସକାଶେ ଲକ୍ଷ୍ୟ ଧାର୍ଯ୍ୟ. କରାଯାଇଥିଲା ଯାହାକି ସମ୍ପୂର୍ଣ୍ଣ ହୋଇ ୧୩୨୮୨ ଗୋଟି ମାଟି ସ୍ବାସ୍ଥ୍ୟ କାର୍ଡ କରାଯାଇଅଛି । ଜଳ ସେଚନ ବିଭାଗର ପ୍ରାପ୍ତ ତଥ୍ୟ ଅନୁସାରେ ୨୦୨୩ ଖରିଫ୍ ଚାଷ ସକାଶେ ଜିଲ୍ଲାର ୩୦୨୧୦୯ ହେକ୍ଟର ଜମିକୁ ଜଳ ସେଚନ କରାଯାିପାରୁଛି । ଜିଲ୍ଲାରେ ଆଖୁ ଚାଷ ସକାଶେ ଅନୁକୂଳ ପରିବେଶ ଓ ଭିତ୍ତିଭୂମି ରହିଥିବା ହେତୁ ଆଖୁ ଚାଷ ନିମନ୍ତେ ଗୁରୁତ୍ବ ଦିଆ ଯାଇଛି । ଆଖୁ ଚାଷ ସକାଶେ ଛତିଶଗଡରେ ଉନ୍ନତ ଚାରା ଉପଲବ୍ଧ । ତେଣୁ ସେହିଠାରୁ ଚାରା ଆମଦାନୀ କରି କୃଷକଙ୍କୁ ଯୋଗାଇ ଦେବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, କୃଷି ଉନ୍ନୟନ ଅଧିକାରୀ ଭଞ୍ଜନଗର ସୁଧାଂଶୁ କୁମାର ନନ୍ଦ, କୃଷି ଉନ୍ନୟନ ଅଧିକାରୀ ଆସ୍କା ପ୍ରଦୀପ କୁମାର ଦାଶ, କୃଷି ଉନ୍ନୟନ ଅଧିକାରୀ ବ୍ରହ୍ମପୁର ସୁକେଶ ଚନ୍ଦ୍ର ମଲ୍ଲିକ, ଡି.ଆର୍.ସି.ଏସ୍. ବିପ୍ର ରଞ୍ଜନ ଦାଶ, ବରିଷ୍ଠ କୃଷି ବିଜ୍ଞାନବିତ୍ ଡ. ସୁଜିତ କୁମାର ନାଥ, କୃଷି ବିଭାଗୀୟ ସମସ୍ତ ଅଧିକାରୀ, ଉଦ୍ୟାନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here