“କ୍ରାନ୍ତି” ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍‌-୨୦୨୩” ମହାସମାରୋହ ରେ ପାଳିତ

0
354

ବ୍ରହ୍ମପୁର, ୧୮/୦୮/୨୦୨୩ : ୭୭ତମ ସ୍ଵାଧୀନତା ଦିବସ ଅବସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍‌ – ୨୦୨୩” ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ ଦେବାନନ୍ଦ ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଦଘାଟକ ରୂପେ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ତଥା ପୂର୍ବତନ ମେୟର ଶିବ ଶଙ୍କର ଦାସ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇ, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ସାଉଥ ଓଡ଼ିଶା ଚାପ୍ଟର ଅଫ୍ ଆଇସିଏମ୍ଏଆଇ ଚେୟାରମ୍ୟାନ୍ ସିଏମ୍ ଧର୍ମେନ୍ଦ୍ର ପାଢ଼ୀ, ଏସ୍ଏମ୍ଆଇଟି ସଭାପତି ଡଃ ଭଗବାନ ଗନ୍ତାୟତ, କାଲାମ୍ ଗ୍ରୁପର ସମ୍ପାଦକ ସନ୍ତୋଷ କୁମାର ଜେନା, ବିଏମ୍‌ସି କର୍ପୋରେଟର୍ ତଥା ରାଜ୍ୟ ବାର୍ କାଉନ୍ସିଲର୍‌ ସଦସ୍ୟ ସଞ୍ଜିତ ପାଣିଗ୍ରାହୀ, ଆଇଏସ୍‌ରଡି ଡାଇରେକ୍ଟର ସୁଧୀର କୁମାର ସାବତ, ବିଏମ୍‌ସି ଡେପୁଟି କମିଶନର ବିନୋଦ କୁମାର ବେହେରା, ନାଟ୍ୟଶ୍ରୀ ସମାଜସେବୀ ଭବାନୀ ଶଙ୍କର ମିଶ୍ର, ଯୁବ ବ୍ୟବସାୟୀ କେ. ରାଜ କୁମାର ସେନାପତି, ସମାଜସେବୀ ଶ୍ରୀମତୀ ଆଶା ଦାଶ, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ବ୍ୟାଙ୍କ ଅଧିକାରୀ ତଥା ସମାଜସେବୀ ରାଜାରାମ ପାଢ଼ୀ ଓ ସୃଜନୀ ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକ ପାତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍‌ଦର୍ଶନ ଦେଇ ଉତ୍ସାହିତ କରିଥିଲେ ।ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୮ଟି ସ୍କୁଲ ଦଳ ଗତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ, ୪୦ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ଶ୍ରୀମତୀ ନିର୍ମଳା ଦାଶ, ଦେବରାଜ ରାଉତ, ସ୍ନିଗ୍ଧାରାଣୀ ମହାରଣା, କଲ୍ୟାଣୀ ଦାଶ, ଅରୁଣ କୁମାର ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଏମ୍. ମାଧବ ପାତ୍ର, ଅନିଲ୍ କୁମାର ସେଠୀ, ଡି. ଦିଲେସ୍, ମାନସ କୁମାର ରଥ, ଚର୍ଚ୍ଚିକା ଦାଶ, ଚିନ୍ମୟାନନ୍ଦ ଦାଶ, ଅବିନାଶ ନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here