ଶିଳ୍ପାଞ୍ଚଳ ଓଭର ବ୍ରିଜ ଉଭୟ ପାର୍ଶ୍ୱ ରାସ୍ତା ଅତିଶୀଘ୍ର ନିର୍ମାଣ କରିବା ଦାବିରେ ସ୍ମାରକପତ୍ର ପ୍ରଦାନ

0
215

ବ୍ରହ୍ମପୁର,୧୮/୦୮/୨୦୨୩:
ଇଞ୍ଜିନିୟରିଂ ସ୍କୁଲ ଶିଳ୍ପାଞ୍ଚଳ ଓଭର ବ୍ରିଜର ଶିଳ୍ପାଞ୍ଚଳ ଛକର ଉଭୟ ପାର୍ଶ୍ୱ ରାସ୍ତା ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି।ଓଭର ବ୍ରିଜ କାର୍ଯ୍ୟକ୍ଷମ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ ପାର୍ଶ୍ୱର ରାସ୍ତା ନିର୍ମାଣ ହୋଇନାହିଁ।କ୍ଷତିଗ୍ରସ୍ତ ଲୋକମାନେ କ୍ଷତି ପୂରଣ ଟଙ୍କା ପାଇ ସାରିଛନ୍ତି କିନ୍ତୁ ରାସ୍ତା ନିର୍ମାଣ ହେଉନାହିଁ।ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି।ଏହି ସମସ୍ୟା ସମ୍ପର୍କରେ ପାର୍ଟି ପକ୍ଷରୁ ପୂର୍ତ୍ତ ବିଭାଗ ଓ ଉପଜିଲ୍ଲାପାଳକୁ ବହୁବାର ଅଭିଯୋଗ ଦିଆଯାଇଛି।ଆଜି ପୁଣିଥରେ ଉଭୟ ପାର୍ଶ୍ୱ ରାସ୍ତା ଓ ଶିଳ୍ପାଞ୍ଚଳ ଛକରେ ଏକ ଟ୍ରାଫିକ ପୋଷ୍ଟ ନିର୍ମାଣ ଦାବୀରେ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।ଉପଜିଲ୍ଲାପାଳ ଅତିଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଆଞ୍ଚଳିକ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ, କେଶବ ଗୌଡ଼, ହରି ନାହାକ,ଚିଟିବାବୁ ଓ ଗୋକୁଳ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here