ବ୍ରହ୍ମପୁର,୧୯/୦୮/୨୦୨୩: ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ଡୁରା଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ସଚିବଙ୍କ ପରିଚାଳନାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଶିବିରର ମୁଖ୍ୟ ଉଦେଶ୍ୟ ଥିଲା, ରାଜ୍ୟ ଏବଂ ଦେଶ ର ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇବା ଏବଂ ସ୍ଥାୟୀ ଲୋକ ଅଦାଲତ ତଥା ପବ୍ଲିକ ୟୁଟିଲିଟି ସର୍ଭିସ ବିଷୟ ଉପରେ ଲୋକ ମାନଙ୍କୁ ସବିଶେଷ ଆଲୋକପାତ କରାଇବା lଏହି ଶିବିରରେ ପି ଏଲ ଏ ପି ୟୁ ଏସ ଚେୟାରମ୍ୟାନ ଶ୍ରୀ ବାସୁଦେବ ପଣ୍ଡା, ବରିଷ୍ଠ ଆଇନଜୀବି ତଥା ଡିଏଲଏସଏ ସଦସ୍ୟ ଶ୍ରୀ ଟି.କେ ରେଡି, ଡିଏଲଏସଏ ସଦସ୍ୟା ତଥା ଆଇନଜୀବି ଡ଼ ମିନାକ୍ଷୀ ଦେବୀ, ରଙ୍ଗେଈଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ ଏବଂ ସରପଞ୍ଚ ରଙ୍ଗେଈଲୁଣ୍ଡା ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା ଏବଂ ବହୁ ପଞ୍ଚାୟତ ବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ l





