ନୀଳକଣ୍ଠ ନଗର ଶିଶୁ ମନ୍ଦିର ରେ ଆଜାଦୀ କା ଅମୃତ ମହୋତ୍ସବ

0
310

ବ୍ରହ୍ମପୁର,୨୦/୦୮/୨୦୨୩: କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଭାରତୀୟ ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ଯୋଗଦେଇ ସ୍ଵାଧୀନତା ର ୭୫ ବର୍ଷର ଉପଲବ୍ଧି ନେଇ ନିଜ ବକ୍ତବ୍ୟ ରଖିଥିଲେ ଏହା ସହ ଆଇଜର ବ୍ରାପୁରର ପ୍ରଫେସର ନିହାର କୁମାର ପାତ୍ର ଲୁକ୍କାୟିତ ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନ ଏବଂ ସେମାନଙ୍କୁ କରାଯାଇଥିବା ଅଣଦେଖାକୁ ଅବତାରଣା କରିଥିଲେ । ଏହାସହ ସରୋଜ ସାବତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜାତୀୟତାବୋଧରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବନ୍ଧ ,ବକୃତା ଏବଂ ରଙ୍ଗୋଲି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିରପକ୍ଷରୁ ଅଧ୍ୟକ୍ଷ ସୁବ୍ରତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ୱାଗତ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସୁନୀଲ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here