ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ

0
253

ଭୁବନେଶ୍ୱର,୨୦/୦୮/୨୦୨୩: ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଯୁବକ ଓ ଯୁବତୀମାନଙ୍କୁ ୨୦୨୪ ମସିହା ଜାନୁୟାରୀ ମାସ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଜେପିର ଦଳୀୟ କର୍ମୀମାନେ ସହଯୋଗ କରିବେ । ଭୋଟର ତାଲିକାରେ “ନୂତନ ଭୋଟର” ଯୋଡିବା ପାଇଁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା ।ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ବୁଥ୍‌କୁ ଯାଇ ଯୁବକ ଓ ଯୁବତୀଙ୍କୁ ସଚେତନ କରିବା ସହ ନୂତନ ଭୋଟରଙ୍କୁ ଗଣତନ୍ତ୍ର ଅଧିକାରର ଗୁରୁ ଦାୟିତ୍ୱ ପ୍ରସଙ୍ଗରେ ବୁଝାଇବେ । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନୂଆ ଭାରତ ଏବଂ ନୂଆ ଓଡିଶା ଗଠନ’ର ସଂକଳ୍ପକୁ ଆଗେଇନେବା ସହ ଆଗାମୀ ୨୦୨୪ ନିର୍ବାଚନ ପ୍ରସଙ୍ଗରେ ନୂତନ ଯୁବ ଭୋଟରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ନୂଆ ଭୋଟରଙ୍କୁ ଦଳରେ ସାମିଲ କରିବା, ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ନୂତନ ଭାରତ ଗଠନ ଏବଂ ସାଧାରଣ ନିର୍ବାଚନର ବିଜୟ ପ୍ରସ୍ତୁତି ସମ୍ବନ୍ଧରେ ଆଜିର ଯୁବକଙ୍କ ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ଅଶୋକ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଚାୟତ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ରରେ ଯୁବ ଭୋଟରଙ୍କ ଭୁମିକା ସଂପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here