ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା ଙ୍କ ୭୫ତମ ଜନ୍ମୋତ୍ସବ ପାଳନ ସହ ଅଭିନନ୍ଦନିକା ଉନ୍ମୋଚିତ

0
85

ବ୍ରହ୍ମପୁର,୨୭/୧୦/୨୦୨୩ : ଚିଦାନନ୍ଦ ସରସ୍ଵତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ତଥା ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆଜି ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତଏହି ସତସଙ୍ଗ ସମାବେଶରେ ଗୃହିଣୀଙ୍କ ଠାରୁ ଆରମ୍ଭ କରି ବିପୁଳ ସଂଖ୍ୟାରେ ସନ୍ଥ ସନ୍ୟାସୀ ସମୂହ ଯୋଗ ଦେଇଥିଲେ । ଦିବ୍ୟ ଜୀବନ ସଂଘ ସହିତ ସମ୍ପୃକ୍ତ ଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବିପ୍ରଚରଣ ପାତ୍ରଙ୍କ ତ୍ୟାଗ, ନିଷ୍ଠାପର ଜୀବନ ଏବଂ ଦିବ୍ୟ ଜୀବନ ସଂଘ ପ୍ରତି ଥିବା ଆନୁଗତ୍ୟ ଓ ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠା କରି ଓଡ଼ିଶାର କୋଣ ଅନୁକୋଣରେ ସ୍ଵାମୀଜୀଙ୍କ ବାଣୀ ପ୍ରଚାର କରିବା ସହିତ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସେ ହିଁ ଦିବ୍ୟ ଜୀବନର ପ୍ରକୃତ ବାର୍ତ୍ତାବହ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ପାତ୍ରଙ୍କ ଜୀବନ ଉତ୍‌‍ଥାନ ପତନରେ ଗତି କରିଥିଲେ ମଧ୍ୟ ସେ ନିଜ ଲକ୍ଷ୍ ଓ ଆଦର୍ଶରୁ ବିଚ୍ୟୁତ ନ ହୋଇ ନିଜର ଅଙ୍ଗିକାରବଦ୍ଧତା ଫଳରେ ସମାଜରେ ଦେଖା ଦେଇଥିବା ଅପସଂସ୍କୃତିକୁ କିପରି ପରାହତ କରାଯାଇପାରିବ ସେ ଉଦ୍ୟମ ଜାରି ରଖିଛନ୍ତି । ଫୁଲବାଣୀ, ଗଞ୍ଜାମ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଖୋଲି ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ମଧ୍ୟ ରହିଛି ।
ପ୍ରବଚକ ଶ୍ରୀଧର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଶ୍ରୀ ପାତ୍ରଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶ ପାଇଥିବା ଅଭିନନ୍ଦନିକା ମୁଖ୍ୟଅତିଥି ସ୍ଵାମୀ ଶିବ ଚିଦାନନ୍ଦ ସରସ୍ଵତୀ ଉନ୍ମୋଚନ କରିବା ସହ ଆର୍ଶୀବଚନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଵାମୀ ଗଭୀରାନନ୍ଦ, ସ୍ଵାମୀ ଗୋବିନ୍ଦାନନ୍ଦ, ସ୍ଵାମୀ ବ୍ରହ୍ମାନନ୍ଦ, ସ୍ଵାମୀ ଗୁରୁ ଶରଣାନନ୍ଦ, ସ୍ଵାମୀ ରାମଦାସା ନନ୍ଦ, ମୁନି ପ୍ରଶାନ୍ତ, ବରିଷ୍ଠ ଗବେଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ଗଣେଶ ଚନ୍ଦ୍ର ପଣ୍ଡା, ବାବା ରାଧାକାନ୍ତ ଦାଶ, ପ୍ରବାଚକ ଜଗନ୍ନାଥ ପଣ୍ଡା, ରବିନ୍ଦ୍ର ନାଥ ମିଶ୍ର, ହରପ୍ରିୟା ମିଶ୍ର, ପ୍ରସନ୍ନ ପଣ୍ଡା, ଅଧ୍ୟାପିକା ଇନ୍ଦିରା ଅଧିକାରୀ, ମମତା ପଟ୍ଟନାୟକ, ରାଜେଶ ପାତ୍ର, ପ୍ରଫୁଲ୍ଲ ରଥ, ଗୋପିନାଥ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ରଙ୍କ ଜୀବନୀ ସୃଜନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here