ଶେରଗଡ ଥାନା ଅଧିନ ଲାଞ୍ଜିଆପଲ୍ଲି ଗ୍ରାମ ରେ ଯୁବକ ଙ୍କୁ ବିଭତ୍ସ ହତ୍ୟା, ୫ଅଭିଯୁକ୍ତ ଗିରଫ

0
107

ବ୍ରହ୍ମପୁର,୨୭/୧୦/୨୦୨୩: ଶେରଗଡ ଥାନା ଅନ୍ତର୍ଗତ ଲାଞ୍ଜିଆପଲ୍ଲି ଗ୍ରାମରେ ଜଣେ ଯୁବକ ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା କରାଯାଇଛି ।ଯୁବକ ଜଣକ ଉକ୍ତ ଗ୍ରାମର ୨୪ବର୍ଷୀୟ ମଙ୍ଗଳା ଭୂୟାଁ ବୋଲି ଜଣାପଡିଛି। ପୂର୍ବ ଶତୃତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିଛି।ହତ୍ୟା ଘଟଣା ଘଟାଇଥିବା ଅଭିଯୁକ୍ତ ମାନେ ହେଲେ ଉକ୍ତ ଗ୍ରାମର ବାୟାଧର ଭୂୟାଁ, ପପୁନ ଭୁୟାଁ,ସୁରେନ୍ଦ୍ର ଭୂୟାଁ, ଜୟସେନ ଗୌଡ, ଚନ୍ଦନ ଗୌଡ ଏବଂ ସେମାନଙ୍କୁ ପୋଲିସ ଗିରଫ କରିଛି।ହତ୍ୟା ର ଶିକାର ହୋଇଥିବା ମଙ୍ଗଳା ଭୂୟାଁ ଆଜି ନିଜ ବାଇକ ଯୋଗେ ଘର କୁ ଫେରୁଥିବା ବେଳେ ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ରକ୍ତ ଭିଜା ପଥର,ଗୋଟିଏ କାତି,ଛୁରୀ, ଗାମୁଛା ଇତ୍ୟାଦି ଜବତ କରିଛି।ଏ ନେଇ କେଶ ନଂ-୫୪୫/୨୩ ରେ ରୁଜୁ କରି ତଦନ୍ତ ଚାଲୁ ରଖିଥିବା ଶେରଗଡ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here