ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ

0
79

ଆସିକା,୨୭/୧୦/୨୦୨୩:ଆସିକା ବ୍ଲକ ର ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମହିଳା ସ୍ୱୟଂ ସହାୟକ ଦଳ କୁ ନେଇ ବେଟି ବଚାଓ ବେଟି ପଢ଼ାଓ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭାଗ୍ୟଲତା ପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ତଥା ଜିଲ୍ଲା ତାଲିମ ଦାତା ହରି ହର ପାଢୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ତାଲିମ ସଂଯୋଜକ ଶିବ ପ୍ରସାଦ ରଥ, ଖାରିଆ ପଂଚାୟତ ର ସମିତି ସଭ୍ୟ ସୌଦାମିନୀ ନାହାକ, ବିଦ୍ୟାଳୟର ଶିକ୍ଷୟତ୍ରି ନିରୋଜା ରାଣୀ ପାଢୀ,ପ୍ରମୁଖ ଯୋଗ ଦେଇଥିଲେ l ସାରା ଭାରତ ରେ କନ୍ୟା ସନ୍ତାନ ର ବିକାଶ,ଶିକ୍ଷା,ସୁରକ୍ଷା,ବାଲ୍ୟ ବିବାହ ମୁକ୍ତ ସମେତ ଘରୋଇ ହିଂସା, ଶାରୀରିକ ଓ ମାନସିକ ନିର୍ଯାତନା ରୁ ଦୁରେଇ ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ l ପୁଅ ଏବଂ ଝିଅ ଙ୍କ ଅନୁପାତ ସମାନ ହେଲେ ସାମଜ ସନ୍ତୁଳିତ ରହିବ l ଆଜି ଉପସ୍ଥିତ ଅତିଥି ମାନେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚିରହିବା ରେ ସୁନିଶ୍ଚିତ କରିବା, କନ୍ୟା ଶିଶୁ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବୃଦ୍ଧି, କନ୍ୟା ସନ୍ତାନ ମାନେ ସେମାନଙ୍କ ମତ ରଖିବା ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରିବା ଉପରେ ପରାମର୍ଶ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ପରିଦର୍ଶିକା ଗୀତାଞ୍ଜଳି ଗୌଡ଼, ଦୀପ୍ତିଧୋବା,
ରଂଯୁକ୍ତା ସ୍ୱାଇଁ, କୁମୁଦିନୀ ପାତ୍ର, ପ୍ରମିଳା ସାହୁ,ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟକ ଦଳ,ଅଙ୍ଗନବାଡି କର୍ମୀ, ହେଲପେର ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here