ସାମ୍ବିଧାନିକ ଦିବସ ସହ ଆଲୋଚନା ଚକ୍ର ଅନୁଷ୍ଠିତ

0
185

ବୁଗୁଡା ୨୬/୧୧/୨୩ ଭାରତର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଗୃହୀତ ହୋଇଥିଲା। ଏହି ଦିନକୁ ସମଗ୍ର ଦେଶରେ ସାମ୍ବିଧାନିକ ଦିବସ ଭାବେ ପାଳନ ହୋଇଆସୁଅଛି। ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମଧ୍ୟ ସାମ୍ବିଧାନିକ ଦିବସ ପାଳନ ସହ “ସମ୍ବିଧାନ ଓ ଭାରତରେ ରାଜ୍ୟପାଳଙ୍କ ଭୂମିକାର ବାସ୍ତବତା” ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇବା ପାଇଁ ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ର ମଙ୍ଗୁଳୁ ସାହୁ ଓ ଶିବରାମ ଗୌଡ଼ ଆଲୋଚନା ବିଷୟ ବସ୍ତୁର ସନ୍ଦର୍ଭଟିକୁ ପଠନ କରିଥିଲେ। ବିଷୟ ଉପରେ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବୃନ୍ଦ ଓ ଅଧ୍ୟାପକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ପ୍ରିନ୍ସପାଲ ଶ୍ରୀ ନାୟକ ଏହି ବିଷୟ ନେଇ ନିଜର ମତ ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here