ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ।

0
64

ପୋଲସରା : ୨୯-୧୧-୨୩ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବ ଯୋଗଦେଇ ଉଦ୍ଘାଟନ କରିଥିଲେ । କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକଳାପକୁ ନେଇ ଛାତ୍ରୀ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ କ୍ରିଡ଼ା ଓ ଯୁବ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ଥରରେ ପ୍ରତିଯୋଗିତା ହେବ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ଓ କ୍ରିଡ଼ା କ୍ଷେତ୍ରରେ ୩୭ଟି ପ୍ରତିଯୋଗିତା ଆୟୋଜନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଉଛି । ଏହା ଦ୍ଵାରା ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ଚିହ୍ନଟ ହୋଇ ଦେଶ ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିପାରିବେ । ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଶିକ୍ଷାବିତ୍ ସୁକାନ୍ତି ସାହୁ, ନାରୀନେତ୍ରୀ କନକ ରାଉତ, ନୋଡାଲ ଅଫିସର୍ ଅଧ୍ୟାପକ ଆଶିଷ କୁମାର ପ୍ରଧାନ, ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, ସାଂସ୍କୃତିକ କାର୍ଯ୍ୟକ୍ରମର ଅଧ୍ୟାପକ ଭାସ୍କର ସାହୁ, ଶିଶିର କାନ୍ତ ବିଷୋୟୀ, ମନୋଜ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଧନିତ୍ରୀ ନାୟକ, ଜଗନ୍ନାଥ ସୁଆର, ମିନାକ୍ଷୀ ସାହୁ, ମକରଧ୍ବଜ ବରାଡ଼ଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । କଲେଜର ସମସ୍ତ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here