ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଗଛ ସୁରକ୍ଷା ନେଇ ଦାବିପତ୍ର ପ୍ରଦାନ

0
78

ବ୍ରହ୍ମପୁର,୦୨/ ୧୨/୨୦୨୩:ବ୍ରହ୍ମପୁର ବିଜିପୁର ପୋଖରୀ ନିକଟରେ ଥିବା ବର ଗଛ ଗୁଡିକର ସୁରକ୍ଷା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ରହ୍ମପୁରର କଂଗ୍ରେସ ଅଫିସରୁ ବିଜିପୁର ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାରେ ନୂତନ ନାଳ ନିର୍ମାଣ ସକାଶେ ଖନନ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ବର ଗଛ ଗୁଡିକୁ କାଟିବା ପାଇଁ ଯୋଜନା ରହିଛି। ଏହି ଗଛ ଗୁଡିକର ସୁରକ୍ଷା ପାଇଁ ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟ ବ୍ରହ୍ମପୁର କମିଶନର ଶ୍ରୀ ଜେ ସୋନାଲଙ୍କୁ ଦାବି ପତ୍ର ଦେବା ସହ ଗଛ ନ କାଟି ବିକଳ୍ପ ବାହାର କରାଯାଉ ବୋଲି କହିଥିଲେ। କାରଣ ସ୍ଥାନୀୟ ଗଛ ଗୁଡିକରେ ହଜାର ହଜାର ପକ୍ଷୀ ବାସ କରୁଥିବା ବେଳେ ପଥଚାରି ମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇଆସୁଛି।
କମିଶନର ଶ୍ରୀ ଜେ ସୋନାଲ ମଧ୍ୟ ଗଛ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେବା ସହ ଏହାର ବିକଳ୍ପ ସକାଶେ ତର୍ଜମା କରିବେ ବୋଲି ସଙ୍ଗଠନକୁ କହିଛନ୍ତି । ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀଙ୍କ ମୁତାବକ ପ୍ରତ୍ୟେକ ବର୍ଷ ବ୍ରହ୍ମପୁର ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ବାତ୍ୟାକୁ ସାମ୍ନା କରୁଥିବା ବେଳେ ଅନେକ ଗଛ ଉପୁଡ଼ି ପଡୁଛି ତେଣୁ ଯେଉଁ ଗଛ ଗୁଡିକ ସମାଜକୁ ନିରନ୍ତର ସେବା ପ୍ରଦାନ କରୁଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ସଙ୍ଗଠନ ନିରନ୍ତର ପ୍ରୟାସ କରିଆସୁଛି। ଏହି ଦାବିପତ୍ର ପ୍ରଦାନରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ପି ବିନୋଦ, ଗଣେଶ ପାଣିଗ୍ରାହୀ, ସାଗର ପ୍ରସାଦ ପାତ୍ର, ଶିବରାମ ବେହେରା,ପ୍ରବୀଣ ନାୟକ, ବି ସୂର୍ଯ୍ୟ ନାରାୟଣ ପାତ୍ର,ବାଲାଜୀ ବେହେରା ,ସୁଜିତ ଗୌଡ଼, ଆକାଶ ରାଉତ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here