ମହାମାୟୀ କଲେଜରେ ନୂଆ-ଓ ତରଫରୁ ସାଇବର କ୍ରାଇମ୍ ସଚେତନତା ଶିବିର ଏବଂ ଉଚ୍ଚଶିକ୍ଷା ଯୁଗ୍ମ ସଚିବ ଙ୍କ ପରିଦର୍ଶନ

0
179

ବ୍ରହ୍ମପୁର,୦୨/୧୨/୨୦୨୩:
ଓଡ଼ିଶା ସରକାରଙ୍କ ପ୍ରାୟୋଜିତ “ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମ ରେ ଏକ ସାଇବର କ୍ରାଇମ୍ ସଚେତନତା ସଭ। ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ମହା ଉତ୍ସାହରେ ପାଳନ ହୋଇ ଚାଲିଛି । ଆଜିର ସଭାରେ ଟ୍ରାଫିକ ଏବଂ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ଅକ୍ଷୟ ନାୟକ ଯୋଗଦେଇ ଛାତ୍ରୀ ମାନଙ୍କୁ ସଚେତନତା କରିଥିଲା ବେଳେ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ମୌସୁମୀ ନାୟକ ଏବଂ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ, ବ୍ରହ୍ମପୁର, ଡ. ସିଦ୍ଧାର୍ଥ ଶଙ୍କର ପାଢୀ ପରିଦର୍ଶନରେ ଆସିଥିଲେ । କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ଡ. ଅରୁନ୍ଧତୀ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ଉତ୍ସାହ ଓ ଆଗ୍ରହ ଦେଖି ଶ୍ରୀମତି ନାୟକ ଖୁସିବ୍ୟକ୍ତ କରିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । +୩ ନୋଡାଲ ଅଫିସର ସ୍ଵର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଙ୍କ ସମେତ ଜିଲ୍ଲା ନୋଡ଼ାଲ ଅଫିସର ଡ଼ ନାରାୟଣ ବେହେରା ଯୋଗ ଦେଇଥିଲେ । ଯୁଗ୍ମ ସଚିବଙ୍କ ପରିଦର୍ଶନରେ ଛାତ୍ରୀମାନେ ଉଲ୍ଲାସ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here