ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

0
177

ବ୍ରହ୍ମପୁର, ୦୪/୧୨/୨୦୨୩: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏ.ଆଇ. ୟୁ -ଏଏ ଡିସି (AIU -AADC) ଓ ଇଂରାଜୀ ବିଭାଗର ମିଳିତ ସହଯୋଗରେ ଏକ ଛଅଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଆଜି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କରକମଳ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେଏ.ଆଇ. ୟୁ -ଏଏ ଡିସି (AIU -AADC) ର ନୋଡାଲ ଅଫିସର ତଥା କାର୍ଯ୍ୟକ୍ରମର ଆବାହକ ଡଃ ମୃତ୍ୟୁଞ୍ଜୟ ସ୍ୱାଇଁ ସ୍ୱାଗତଭାଷଣ ପ୍ରଦାନ କରିଥିଲେ l ଇଂରାଜୀ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅନ୍ୟଏକ ଆବାହକ ପ୍ରଫେସର ସ୍ମୃତି ଦାସ କାର୍ଯ୍ୟକ୍ରମର ରୂପରେଖ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ସଂମ୍ମାନିତ ଅତିଥିଭାବରେ AIU ର ଯୁଗ୍ମନିର୍ଦେଶକ ଡଃ ଅମରେନ୍ଦ୍ର ପାଣି ନିଜର ବକ୍ତବ୍ୟ ରଖିଥିଲେ l ସେ ନିଜର ମତବ୍ୟକ୍ତ କରି କହିଥିଲେ ଯେ, ଅନ୍ୟାନ୍ୟ ବିଭାଗ ତୁଳନାରେ ହ୍ୟୁମାନଟିଜ ବିଭାଗ ଗୁଡିକରେ ଗବେଷଣାମୂଳକ ପ୍ରଶିକ୍ଷଣ ବହୁତ କମ ହେଉଛି l ତେଣୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ ପ୍ରଶଂସନୀୟ । ଉଦଘାଟନ ଉତ୍ସବର ମୁଖ୍ୟଅତିଥି ଭାବେ ବାଙ୍କୁରା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୌତମ ବୁଦ୍ଧ ସୁରାଲ ତାଙ୍କର ଉଦଘାଟନୀ ଭାଷଣ ପ୍ରଦାନ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ନିଜର ଅଭିଭାଷଣରେ ଏ.ଆଈ. ୟୁ -ଏଏ ଡିସି ( AIU -AADC )ଏହାର ସପ୍ତମ l ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦଶମାସ ଭିତରେ କରିଥିବାରୁ ଧନ୍ୟବାଦ ଦେଇଥିଲେ l ଏହି ସପ୍ତମ ଅଧ୍ୟାପକ ବିକାଶଏହି କାର୍ଯ୍ୟକକାର୍ଯ୍ୟକ୍ରମ ଯୋଗଦାନକାରୀ ଶିକ୍ଷକ ଓ ଗବେଷକମାନଙ୍କ ପାଇଁ ବହୁ ଉପାଦେୟ ହେବବୋଲି ମତବ୍ୟକ୍ତ କରିଥିଲେ l ସର୍ବଶେଷରେ ଇଂରାଜୀ ବିଭାଗର ଶ୍ରୀ ଅନିଲ କୁମାର ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ l ଏହିକାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮୬ ଜଣ ଶିକ୍ଷକ ଓ ଗବେଷକମାନେ ଯୋଗଦାନ କରିଥିଲେ l ଇଂରାଜୀ ବିଭାଗର ଛାତ୍ରଛାତ୍ରୀ ଓ ଗବେଷଣାରତ ଛାତ୍ରମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବହୁସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here