ହୋମିଓପ୍ୟାଥିକ କଲେଜ ରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
102

ବ୍ରହ୍ମପୁର,୦୮/୧୨/୨୦୨୩ : ସ୍ଥାନୀୟ ବିଜୁପଟ୍ଟନାୟକ ହୋମିଓ ପ୍ୟାଥିକ ମେଡିକାଲ କଲେଜ ପରିସରରେ ଦିନିକିଆ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ରହିଥିବା ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ୍ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ବେବର୍ତ୍ତା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଆମ୍ବୁଲାନ୍ସ ଆସୋସିଏସନ୍ ଭୁବନେଶ୍ଵରର ଡ଼ା ହୃଷୀକେଶ ପାତ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ଘଟଣା ପରେ ଲୋକଙ୍କୁ କିପରି ବି ଏଲ୍ ଏସ ଜରିଆରେ ପ୍ରାଥମିକ ଚିକିତ୍ସା ସମେତ ହୃଦଘାତ ସମୟରେ ପ୍ରାଥମିକ ଚିକିତ୍ସା, ଦୁର୍ଘଟଣାରେ ହାଡ ଭାଙ୍ଗିଯିବା ସମୟରେ ପ୍ରଥମେ କଣ କରିବେ ଏହିପରି ବିଭିନ୍ନ ବିଷୟକୁ ନେଇ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଦିଆଯାଇଥିଲା। ବର୍ତ୍ତମାନ ସମୟରେ ଦୁର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତି ଙ୍କୁ ପ୍ରଥମେ ଏହି ସମସ୍ତ ଆସୁ ଚିକିତ୍ସା ବା ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଆବଶ୍ୟକତା ରହିଛି । ଏହି ପ୍ରଶିକ୍ଷଣ ଶିବିର ବିଦ୍ୟାର୍ଥୀ ଙ୍କୁ ଚିକିତ୍ସା ସମୟରେ ବେଶ୍ ସହାୟକ ହେବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି। ଏଥିରେ କଲେଜ ର ୮୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଡ଼ା ସୌମ୍ୟ ରଞ୍ଜନ ସାହୁ ସଂଯୋଜନା କରିଥିବା ବେଳେ ଡ଼ା କଳ୍ପଲତା ମୁର୍ମୁ, ପି ମୀରା ବାଇ, ଅଜିତ୍ କୁମାର ବେହେରା ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here