ଚୂନା ନାଳ ପାଖରୁ ଯୁବକ ଙ୍କ ରକ୍ତାକ୍ତ ମୃତ୍ୟୁ ଦେହ ଉଦ୍ଧାର,ସାନଭାଇ କୁ ବଡ଼ ଭାଇ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ସ୍ତ୍ରୀ

0
186

ଧରାକୋଟ,୧୦/୧୨/୨୦୨୩:
ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଧରାକୋଟ ବ୍ଲକ ପ୍ରତାପୁର ଗ୍ରାମ ଅନ୍ତର୍ଗତ ଜଗନ୍ନାଥ ପୁର ଶାସନର ନିଲୁ ବିଷୋୟୀ (୩୫)ଙ୍କ ମୃତ ଦେହ ଚତରା ବନ୍ଧ ନିକଟରେ ଥିବା ଚୂନନାଳ ଠାରୁ ଠାବ ହୋଇଛି।ମୃତଙ୍କ ବେକରେ ରକ୍ତ ଚିନ୍ହ ରହିଛି ।ପ୍ରତାପୁର ନିକଟ ଚୂନ ନାଳ ଦେଇ ବହି ଯାଉଥିବା ପାଣିରେ କଡେଇ ହୋଇ ନୀଲୁର ମର ଶରୀର ପଡିଛି।ସେ ଗତକାଲି ଘରୁ ସନ୍ଧ୍ୟାରେ ଯାଇ ରାତ୍ରିରେ ଆଉ ଫେରିନଥିଲେ।ସକାଳୁ ତାଙ୍କ ମୃତ ଦେହ ମିଳିଛି।ସାନଭାଇ କୁ ବଡ଼ ଭାଇ
ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ସ୍ତ୍ରୀ ମାମିନା ବିଷୋୟୀ l ବଡଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି।ହତ୍ୟାର କାରଣ ଅସ୍ପଷ୍ଟ ରହିଛି।ମୃତ ନିଲୁଙ୍କ ସ୍ତ୍ରୀ ,ପୁଅ ଓ ଦୁଇ ଝିଅ ଅଛନ୍ତି।ଘଟଣା ସ୍ଥଳକୁ ଆସିକା ଏସଡିପିଓ ଉମା ଶଙ୍କର ସିଂ, ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ସିଂ, ସମେତ ଗଞ୍ଜାମ ଜିଲ୍ଲାର ବଛା ବଛା ଥାନା ଅଧିକାରୀ ତଥା ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ସିଆଳ ପ୍ରମୁଖ ପହଂଚି ତଦନ୍ତ ଚଳାଇଛନ୍ତି I ସାଇଣ୍ଟିଫିକ ଟିମ ପହଂଚି ହତ୍ୟା କାଣ୍ଡ ଉପରେ ତଦନ୍ତ ଚଳାଇଛି I ମୃତ ନିଲୁ ର ସ୍ତ୍ରୀ ଅଭିଯୋଗ କୁ ଭିତ୍ତି କରି ବଡ଼ଗଡ଼ ଥାନା କେସ ନମ୍ବର ୫୪୧/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ସିଂ କହିବା ପ୍ରକାରେ ପାରିବାରିକ କଳହ, ଜମି ଜୁମା ଏବଂ ସମ୍ପତି ଭାଗ ବଣ୍ଟା କୁ କେନ୍ଦ୍ର କରି ଏଭଳି ହତ୍ୟା ହୋଇଥିବା ପ୍ରକାଶ କରିଛନ୍ତି l ହତ୍ୟାକାରୀ କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ଘଟଣା ସ୍ଥଳରୁ ଶବ ଉଦ୍ଧାର କରି ଆସିକା ମେଡିକାଲ କୁ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଛି l

LEAVE A REPLY

Please enter your comment!
Please enter your name here