ସର୍ବଭାରତୀୟ ସ୍ତର ରେ ସାମନ୍ତରାୟ ଏକାଡେମୀ ର ସଫଳତା,ଏନଡିଏ,ଆର୍ମି ଇଞ୍ଜିନିୟରିଂ ଓ ଭାରତୀୟ ବାୟୁସେନା ପାଇଁ ଛାତ୍ରଛାତ୍ରୀ ମନୋନୀତ

0
82

ବ୍ରହ୍ମପୁର,୧୦/୧୨/୨୦୨୩:ସର୍ବଭାରତୀୟ ସ୍ତର ରେ ସାମନ୍ତରାୟ ଏକାଡେମୀ ର ସଫଳତା ହାସଲ କରିଛି।ଏନଡିଏ,ଆର୍ମି ଇଞ୍ଜିନିୟରିଂ ଓ ଭାରତୀୟ ବାୟୁସେନା ପାଇଁ ଛାତ୍ରଛାତ୍ରୀ ମନୋନୀତ।ନିକଟରେ ପ୍ରକାଶିତ ଏନଡିଏ , ଆର୍ମି ଇଞ୍ଜିନିୟରିଂ ଓ ଭାରତୀୟ ଵାୟୁସେନା ନିଯୁକ୍ତି ତାଲିକା ରେ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ପରୀକ୍ଷାର୍ଥୀ ମାନେ ସେନା ଦ୍ଵାରା ଅନୁଷ୍ଠିତ ଲିଖିତ, ଶାରୀରିକ ଓ ମେଡିକାଲ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି।ଏକାଡେମୀ ର ଦୁଇଜଣ ଛାତ୍ର ଆୟୁଷ କର ଓ ମିହିର ମହାପାତ୍ର ଙ୍କ ସର୍ବଭାରତୀୟ ଅଫିସର ପଦବୀ ରେ ସଫଳତା ଉଲ୍ଲେଖଯୋଗ୍ୟ। ଆୟୁଷ କର ଆର୍ମି ଇଞ୍ଜିନିୟରିଂରେ ୩୭ତମ ସ୍ଥାନ ଓ ମିହିର ମହାପାତ୍ର ଏନଡିଏ ପରୀକ୍ଷା ରେ ୪୦୬ତମ ସ୍ଥାନ ହାସଲ କରିଛନ୍ତି। ଏତତ ବ୍ୟତୀତ ଭାରତୀୟ ବାୟୁସେନା ଗୃପ ଏକ୍ସ ଓ ଓ୍ବାଇ ପରୀକ୍ଷା ରେ ୨୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ରବିବାର ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସଭା ରେ ସଫଳ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ର ମାନଙ୍କୁ କର୍ତ୍ତବ୍ୟ ପରାୟଣତା ର ମନ୍ତ୍ର ଦେଇଥିଲେ ଓ ଉପଦେଷ୍ଟା ଶ୍ରୀଯୁକ୍ତ ଗୋକୁଳାନନ୍ଦ ତ୍ରିପାଠୀ ଛାତ୍ର ମାନଙ୍କର ଉଜ୍ବଳ ଭଵିଷ୍ୟ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here