କଳାକାର ସଂଘର ବର୍ଷାନ୍ତ ବୈଠକ

0
165

ବ୍ରହ୍ମପୁର,୩୦/୧୨/୨୦୨୩ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ କାର୍ଯ୍ୟକାରୀ କମିଟୀର ବର୍ଷାନ୍ତ ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଗାମୀ ଫେବୃଆରୀ ୧୪ ତାରିଖ ଦିନ କଳାକାର ଶୋଭାଯାତ୍ରା, ଲୋକକଳା ସଂକୀର୍ତ୍ତନ ସମାବେଶ, ନାଟକ ପରିବେଷଣ ସହ ପବିତ୍ର ଓଡ଼ିଶା ନାଟ୍ୟ ଦିବସ ମହାସମାରୋହରେ ପାଳନ କରିବା ନେଇ ସ୍ଥିର କରାଯାଇଥିଲା। ସଂଘ ପ୍ରସ୍ତୁତ ପକେଟ୍ କ୍ୟାଲେଣ୍ଡରର ଲୋକାର୍ପଣ କରିଥିଲେ ସଂଘ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା। ଶଙ୍କର୍ଷଣ ସାବତ କାର୍ଯ୍ୟକ୍ରମ ସଂଚାଳନ କରିଥିଲା ବେଳେ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସର୍ବଶ୍ରୀ ସୁଦାମ ପଟ୍ଟନାୟକ, ବଳରାମ ପ୍ରଧାନ, ଗୁରୁ ପ୍ରସାଦ ଦୀକ୍ଷିତ, ଚିତ୍ତ ରଞ୍ଜନ ଦଳେଇ, ଶ୍ରୀଧର ପ୍ରଧାନ ପ୍ରମୁଖଙ୍କ ସହିତ ସଂଘ କାର୍ଯ୍ୟକାରିଣୀ କମିଟୀର ସଦସ୍ୟ-ସଦସ୍ୟାମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପାଣ୍ଡବ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here