ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ● ପୁଷ୍ପ, ପାରମ୍ପାରିକ ନୃତ୍ୟ ଓ ଦେଶପ୍ରେମୀ ଗୀତ ସହିତ ବାଦ୍ୟଯନ୍ତ୍ର ଦ୍ୱାରା ସ୍ୱାଗତ ● ସାଧାରଣ ଲୋକଙ୍କୁ ରେଳ ଯାତ୍ରା ସମୟରେ ବନ୍ଦେ ଭାରତ ଓ ରାଜଧାନୀ ପରି ରେଳ ଯାତ୍ରା ଅନୁଭବ ପାଇଁ ବହୁତ ଖୁସି

0
184

ଭୂବନେଶ୍ୱର,୩୧/୧୨/୨୦୨୩:ଗତକାଲି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭାରତ ସମେତ ଦୁଇଟି ଅମୃତ ଭରତ ଏକ୍ସପ୍ରେସ ଏବଂ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶର ବିଭିନ୍ନ ଷ୍ଟେସନ ମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଅଛି | ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭରତ ଏକ୍ସପ୍ରେସ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର ଓ ସୋରୋ ଏବଂ ପୂର୍ବତଟ ରେଳପଥ ପରିସୀମାରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ ମାନଙ୍କ ଠାରେ ବାଦ୍ୟ ବଜାଇ ଏବଂ ପାରମ୍ପାରିକ ନୃତ୍ୟ ଦ୍ୱାରା ବହୁ ପ୍ରଶଂସକଙ୍କୁ ନେଇ ଅମୃତ ଭାରତ ଟ୍ରେନ କୁ ଭବ୍ୟ ସ୍ୱାଗତ କରାଯାଇଅଛି | ପୂର୍ବତଟ ରେଳପଥ ଅଧୀନରେ ଉତ୍ତର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ କରାଯାଇଅଛି ।ଭଦ୍ରକ ଷ୍ଟେସନରେ ମାନ୍ୟବର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ, ସାମାଜିକ କର୍ମୀ ଶ୍ରୀ ଶିଶିର କୁମାର ମିଶ୍ର ଏବଂ ସାମାଜିକ କର୍ମୀ ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଏହି ଉତ୍ସବରେ ଯୋଗ ଦେଇଥିଲେ ।କଟକ ରେଳ ଷ୍ଟେସନରେ ଆଜି ସକାଳେ ଯାତ୍ରୀ ସୁବିଧା କମିଟି ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ ଏବଂ ସାମାଜିକ କର୍ମୀ ଲଲାଟେନ୍ଦୁ ବଡୁ ଯୋଗଦାନ କରିଥିଲେ।ଭୁବନେଶ୍ୱର ରେଳ ଷ୍ଟେସନରେ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ମୁଜ଼ୀବୁଲ୍ଲା ଖାଁ ଙ୍କ ସହିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ ଏସ ବଜୱା ଯୋଗଦାନ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ |

ସେହିଭଳି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତ ଏବଂ ସାମାଜିକ କର୍ମୀ ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର ଏହି ଉତ୍ସବରେ ଉପସ୍ଥିତ ଥିଲେ |ଏହା ବ୍ୟତୀତ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଅଂଶଗ୍ରହଣ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ |ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଉତ୍ତର ଆନ୍ଧ୍ର ପ୍ରଦେଶରେ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନକୁ ସ୍ଥାନୀୟ ଜଣ ପ୍ରତିନିଧି ବିଶେଷ ଭାବେ ମାନ୍ୟବର ସାଂସଦ ଓ ବିଧାୟକ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା |ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ରେଳ ଉତ୍ସାହୀମାନେ, ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ମଧ୍ୟ ଅମୃତ ଭାରତ ଟ୍ରେନ ରେ କିଛି ଦୂର ଯାତ୍ରା କରି ଏହାର ଯାତ୍ରା ସୁବିଧା ଓ ବୈଶିଷ୍ଟ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଠାରେ ସାଧାରଣ ଜନତା ଅମୃତ ଭାରତ ଟ୍ରେନ୍ ସହିତ ସେଲଫି ନେବା ସହିତ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥିଲେ | ବାଜା ବଜାଇ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ମଧ୍ୟରେ ଟ୍ରେନକୁ ବହୁ ଉତ୍ସାହର ସହିତ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here