କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ ଉଦଘାଟିତ

0
195

ବ୍ରହ୍ମପୁର,୦୨/୦୧/୨୦୨୪:ରାଜ୍ୟର ସର୍ବ ପୂରାତନ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପକ୍ଷରୁ କଳାକେନ୍ଦ୍ର ପରିସରରେ ‘କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ’ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରି ଏହି ମଞ୍ଚ ଲୋକକଳା ଓ ଲୋକ ସଂସ୍କୃତିର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ବିଶେଷ ସହାୟତା କରିବା ଆଶା ପୋଷଣ ସହ କଳାକେନ୍ଦ୍ରର ମହନୀୟ ସାଂସ୍କୃତିକ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବର୍ଷିୟାନ କବି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନବବର୍ଷ କବିତା ପାଠୋତ୍ସବରେ କବୀ ପଦ୍ମିନୀ ମିଶ୍ର କବିତା ସଂଯୋଜନା କରିଥିଲେ। ବହୁ କବି ସ୍ବରଚିତ କବିତା ପାଠ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟ ସାଂସ୍କୃତିକ ସଭାରେ କଳାକେନ୍ଦ୍ରର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଏବଂ ଶିକ୍ଷାବିତ୍ ଦେବୀ ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ କଳାକେନ୍ଦ୍ରର ଯୋଗଦାନର ଇତିବୃତ୍ତି ଉପସ୍ଥାପନ କରିଥିଲେ। କଳାକେନ୍ଦ୍ର ପକ୍ଷରୁ ଶିକ୍ଷାପ୍ରଦୀପ ସାହୁଙ୍କୁ ତାଙ୍କର ୮୪ତମ ଏବଂ କବି ମହାପାତ୍ରଙ୍କୁ ୯୦ତମ ଜନ୍ମଦିନ ବଧେଇ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। କଳାକେନ୍ଦ୍ର ସଂପାଦକ ସ୍ବରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁବ ଆଇନଜୀବୀ କିରଣ କୁମାର ମହାନ୍ତି ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ତ୍ରୁତୀୟ ପର୍ଯ୍ୟାୟରେ ଉଦ୍ଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ କଳାକେନ୍ଦ୍ରର ଛାତ୍ରଛାତ୍ରୀମାନେ ନ୍ରୁତ୍ୟସଂଗୀତ ପରିବେଷଣ କରଥିଲେ। ସର୍ବଶ୍ରୀ ପ୍ରଶାନ୍ତ କୁମାର ଦାସ, ସୁବାସ ଚନ୍ଦ୍ର ସାହୁ, ଆଶୁତୋଷ ମହାପାତ୍ର, ନୀଳାଞ୍ଚଳ ମହାରଣା, ରାମ ପ୍ରସାଦ ସାବତ,ନ୍ରୁତ୍ୟଗୁରୁ ଶୁଭଶ୍ରୀ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here