ଢୁଙ୍କାପଡା ପଞ୍ଚାୟତରେ “ଆମ ଓଡ଼ିଶା, ନବୀନ ଓଡିଶା” ସଚେତନତା ଶିବିର

0
31

ପୋଲସରା ୧/୨/୨୪ ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଫେବୃଆରୀ ୧ ତାରିଖ ଦିନ “ଆମ ଓଡ଼ିଶା, ନବୀନ ଓଡିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସର ବ୍ଲକ ଜିପିଓ ଆଦିତ୍ୟ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରିବା ସହ ସମସ୍ତେ ଏହାର ସୁଯୋଗ ନେବାପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ, ସରପଞ୍ଚ ସିମାଞ୍ଚଳ ସେଠୀ, ସମିତିସଭ୍ୟା ସଞ୍ଜୁକ୍ତା ବାଡତ୍ଯା, ଅଧ୍ଯକ୍ଷା ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ପୂର୍ବତନ ସରପଞ୍ଚ ବିଜୟ ସ୍ବାଇଁ, ବସନ୍ତ ଜେନା ଓ ଅଙ୍ଗନୱାଡ଼ି ସୁପରଭାଇଜ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପଞ୍ଚାୟତ ପିଇଓ ନବୀନ ମହାରଣା, ଜିଆରଏସ ସୁବେନ୍ଦୁ ବେହେରା ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ମହିଳା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ବାବଦକୁ ଚେକ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here