ତାମ୍ପରା ଠାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ

0
42

ଛତ୍ରପୁର,୦୨/୦୨/୨୦୨୪: ସ୍ଥାନୀୟ ତାମ୍ପରା ହ୍ରଦ ଠାରେ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ ଆନୁକୂଲ୍ୟରେ ବିଶ୍ଵ ଆର୍ଦ୍ରଭୂମି ଦିବସ – ୨୦୨୪ ପାଳିତ ହୋଇଯାଇଛି l ସମସ୍ତ ସ୍ବେଛାସେବୀ ମିଶି ତାମ୍ପରାର ଉଭୟ ପାଶ୍ୱରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଥିଲେ, ପ୍ରାୟ ଦୁଇଶହ କିଲୋଗ୍ରାମ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ ସଂଗ୍ରହ ହୋଇଛି l ପ୍ରତିବର୍ଷ ଫେବୃଆରୀ ମାସ ୨ତାରିଖ ଦିନ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯାଏ । ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ l ଆର୍ଦ୍ରଭୂମି ହେଉଛି ଅଗଭୀର ଜଳର ବିସ୍ତୃତି ଯାହାର ନିମ୍ନ ଭାଗରେ ଉଦ୍ଭିଦଜଗତର ଜୀବନର ସ୍ଥିତି ଥାଏ l ସମଗ୍ର ଭାରତରେ ପଞ୍ଚସ୍ତୋରି ଟି ଆର୍ଦ୍ରଭୂମି ଅଞ୍ଚଳକୁ ମାନ୍ୟତା ମିଳିଥିବାବେଳେ ସେଥିରୁ ଓଡ଼ିଶାରେ ଛଅ ଟି ରହିଛି ସେଥିମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ ।ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବିଜେନ୍ଦ୍ର ମାଝୀ, ଏ. ପ୍ରକାଶ,ସାଗର ପ୍ରାସାଦ ପାତ୍ର,ଧର୍ମରାଜ ପାତ୍ର, ପି. ବିନୋଦ, ପ୍ରବୀଣ ନାୟକ,ଏମ. ଦିଲ୍ଲୀପ କୁମାର, ମୁନା ଶତପଥି, ସୁନୀଲ ମାଝୀ, କେ. ବିବେକ ପ୍ରମୁଖ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here