ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପୁସ୍ତକ ଲୋକାର୍ପଣ ଉତ୍ସବ

0
68

ବ୍ରହ୍ମପୁର,୦୩/୦୩/୨୦୨୪:ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ୍ଟ ବ୍ରହ୍ମପୁର ଆନୁକୂଲ୍ୟରେ ପ୍ରାକ୍ତନ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ କୈଳାଶ ଚନ୍ଦ୍ର ତ୍ରିପା ଠୀ ଙ୍କ ନବମ କବିତା ସଂକଳନ ଲୋକାର୍ପଣ ଉତ୍ସବ ସ୍ଥାନୀୟ କୁଇନ ଅଫ ଦି ମିଶନ ଉଚ୍ଚବିଦ୍ୟାଳୟ ବ୍ରହ୍ମପୁର ପରିସରରେ ପ୍ରଥମ ପର୍ଯ୍ୟାୟରେ ଡ଼ ଅଜୟ ତ୍ରିପାଠୀ ଙ୍କ ଅଧ୍ୟକ୍ଷ ତା ରେ ଡ଼ କୈଳାଶ ତ୍ରିପାଠୀ ଙ୍କ “ଅନୁଚିନ୍ତା :ପରିଣତ ବୟସର “କବିତା ସଂକଳନ “ଲୋକାର୍ପଣ ହୋଇଯାଇଛି।ଉତ୍ସବ ର ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡ଼ ରମାରମଣ ପାଢ଼ୀ,ମୁଖ୍ୟ ବକ୍ତା ତଥା ସମୀକ୍ଷକ ଉପ ସଚିବ ଡ଼ କୁଳମଣି ଓଝା, ସମ୍ମାନିତ ଅତିଥି ଡ଼ ସୁଶାନ୍ତ କୁମାର ଦାଶ ନିର୍ଦ୍ଦେ ଶକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହରେକୃଷ୍ଣ ପଣ୍ଡା,କବି ଡ଼ ତ୍ରିପାଠୀ ପ୍ରମୁଖ ପ୍ରଥମ ପର୍ଯ୍ୟାୟରେ ମଞ୍ଚଆସୀନ ଥିଲେ।ପ୍ରାରମ୍ଭିକ ସଂଗୀତ ପରେ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ଡ଼ ତ୍ରିପାଠୀ ଙ୍କ କବିତା ସଂକଳନ “ଅନୁଚିନ୍ତା ପରିଣତ ବୟସର ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମୁଖ୍ୟବକ୍ତା ତଥା ସମୀକ୍ଷକ ଡ଼ କୁଳମଣି ଓଝା ବିବିଧ କିସମ ର କବିତାର ଭାଷା, ଭାବ, ସାଙ୍ଗିତିକତା, ଆଦି ଉପରେ ତର୍ଜମା କରି କବି ହୃଦୟର କଥା ଓ ବ୍ୟଥା ର ଅନ୍ତର ନିହିତ ଭାବନାଗୁଡିକୁ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଡ଼ ମେଜର ରମାରମଣ ପାଢ଼ୀ କବିତାର ବିବିଧ ବିଭାଗ ପ୍ରତି ଆଲୋକପା ତ କରି କବିତା ରେ ରହିଥିବା ଯୁଗଯନ୍ତ୍ରଣା, ଜୀବନର ଚରମ ବାସ୍ତବତା, ମୃତ୍ୟୁ ଚେତନା ସର୍ବୋପରି ପ୍ରେମିକ ଭାବର ରୂପଚିତ୍ର କବିତାର ସୌଷ୍ଠବ କୁ ଅଧିକ ରାସାଣିତ କରିଛି ବୋଲି ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଡ଼ କାହ୍ନୁ ଚରଣ ପାଢ଼ୀ, ଡ଼ ବନମାଳି ପାଣିଗ୍ରାହୀ, ଶ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ କବିତାର ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ କବିପ୍ରାଣ ର ବିରହ ବେଦନା, ପ୍ରେମ ଓ ପ୍ରେମିକା ବିନା କବିଙ୍କ ଜୀବନ ସତେଯେମିତି ଅର୍ଥହୀନ, ରଙ୍ଗହୀନ, ସ୍ୱାଦହୀନ, ସାଥିହୀନ ସ୍ବପ୍ନହୀନ ଓ ତାଙ୍କ ବିନା କବି ଯେ ସମ୍ପୂର୍ଣ ନିଃସଙ୍ଗ ଏକଥା ପ୍ରତି କ୍ଷେତ୍ର ରେ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଅଧିବେଶନ ଟି ଡ଼ ପ୍ରକାଶ ପାଣିଗ୍ରାହିଁ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ମୁଖ୍ୟ ଅତିଥି ଡ଼ ବନମାଳି ପାଣିଗ୍ରାହୀ,ଆଲୋଚକ ଭାବେ ଡ଼ ବା୍ୟାମନୁ ଚର୍ଚ୍ଚି, ଡ଼ କୁଳମଣି ଓଝା, ଡ଼ ଅଜୟ ତ୍ରିପାଠୀ ପ୍ରମୁଖ କବିତାର ସାର ତତ୍ତ୍ୱ ଉପରେ ଆଲୋକ ପାତ କରିଥିଲେ । ଏହାଛଡା ଉପସ୍ଥିତ ବିଦ୍ୱାନ ମଣ୍ଡଳୀ ମଧ୍ୟରୁ ଡ଼ ଶଙ୍କର୍ଷଣ ପାତ୍ର, ସୂଚନା ପାଢ଼ୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଲାଲ ବାହାଦୁର ପଟନାୟକ, ଅଧ୍ୟାପକ ଶାନ୍ତନୁ ସୂନା, କବି ନୀଳକଣ୍ଠ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ତ୍ରିପା ଠୀ,ସଂଯୋଜିକା ସୂଚେତା ପାଣିଗ୍ରା ହୀ,ସୁଧାଞ୍ଜଳି ମିଶ୍ର ଦେବୀପ୍ରସାଦ ମହାପାତ୍ର ଡ଼ ସଚ୍ଚିଦାନନ୍ଦ ପାଢ଼ୀ ପ୍ରମୁଖ କବିତାରୁ ପଂକ୍ତିଏ ଆଲୋଚନା କରିଥିଲେ। ଶେଷରେ ଗବେଷିକା ସୁଷମା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here