“ଘୁମୁସର ର ସ୍ୱର” ପକ୍ଷରୁ ୧୩୫ ତମ ସାହିତ୍ୟ ଆଲୋଚନା ଚକ୍ର

0
24

ବୁଗୁଡା ୨୫/୩/୨୪ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର”, ବାଲିପଦର ପକ୍ଷରୁ ମାର୍ଚ୍ଚ ୨୫ ତାରିଖ ଦିନ ୧୩୫ ତମ ଫାଲଗୁନ ପୂର୍ଣ୍ଣିମା ତଥା ଦୋଳ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର, ଭଞ୍ଜ ସଙ୍ଗୀତ ଓ ସମ୍ବର୍ଦ୍ଧନା ସଭା ଝୋଲରୀ ଜୟ କିଷାନ ଜରା ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସୁସାହିତ୍ୟିକ କବି ଅନନ୍ତ କର, ସ୍ତମ୍ବକାର ଶିବ ପ୍ରସାଦ ଦାସ, ଭଞ୍ଜମାଟିର ସଭାପତି କାମ ରାଜୁ ସାହାଣୀ, ସାହିତ୍ୟ ଘର ସଭାପତି ରଘୁନାଥ ସାହୁ, କବି କପିଳ ଚନ୍ଦ୍ର ମହାନ୍ତି, ଏନ.ରୀନା ଚୌଧୁରୀ, ଟି.ସତ୍ୟ ନାରାୟଣ ପାତ୍ର, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଖଲିପରିଡା, ଉତ୍କଳ କଳା ପରିଷଦ ସଭାପତି ଜି.ରାଜେଶ୍ବର ପାତ୍ର, ଜରାଶ୍ରମ ସଂଚାଳକ କାର୍ତ୍ତିକେଶ୍ବର ବିଷୋୟୀ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟ ସର୍ବଭାରତୀୟ ସାହିତ୍ୟକୁ ପ୍ରଭାବିତ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। କଣ୍ଠଶିଳ୍ପୀ ଦୁର୍ଗାପ୍ରସାଦ ଦାସ, ନିତ୍ୟାନନ୍ଦ ସାହୁ, ସନ୍ତୋଷ କୁମାର ରାଉତ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିବା ବେଳେ କବି କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ଏନ୍. ରୀନା ଚୌଧୁରୀଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଧ୍ରୁବ ପାଣିଗ୍ରାହୀ, ରାଜ ଗୋପାଳ ନାୟକ, ଏ. ସର୍ଭିସ୍ ଆଚାରୀ, ନିରଞ୍ଜନ ପାତ୍ର, ପ୍ରଦୀପ କୁମାର ମିଶ୍ର, ରଞ୍ଜିତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କବିତା ପାଠୋତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଜରା ନିବାସ ଅନ୍ତେବାସୀଙ୍କୁ ଭୁରି ଭୋଜନ ପ୍ରଦାନ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here