ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ନିଆରା ସବୁଜ ହୋଲି ପାଳନ

0
20

ବ୍ରହ୍ମପୁର,୨୬/୦୩/୨୦୨୪: ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ସବୁଜ ବାହିନୀ ପକ୍ଷରୁ ବୃକ୍ଷମାନଙ୍କ ସହିତ ହୋଲି ପର୍ବ ନିଆରା ଭାବେ ପାଳନ କରାଯାଇଛି । ଭାଈ ଚାରର ପର୍ବ ହେଉଛି ହୋଲି।ସେଥିପାଇଁ ମନୁଷ୍ୟ ଓ ମନୁଷ୍ୟ ଭିତରେ ଥିବା ଭଲ ପାଇବାକୁ ଆହୁରି ଦୃଢ଼ କରିବା ପାଇଁ ଫଗୁ ଲଗାଇ ହୋଲି ଖେଳାଯାଏ । ସେହିପରି ସବୁଜ ବାହିନୀ ପକ୍ଷରୁ ବୃକ୍ଷ ସହିତ ହୋଲି ଖେଳା ଯାଇଥିଲା କାରଣ ବୃକ୍ଷର ମଧ୍ୟ ଜୀବନ ଥିବାରୁ ବୃକ୍ଷକୁ ଭଲ ପାଇବ ଓ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଏହି ଭଳୀ କାର୍ଯ୍ୟକ୍ରମ କରାଯାଇଥିଲା ।ମନୁଷ୍ୟ ଓ ବୃକ୍ଷ ସାଥୀ ହୋଇ ନିତିଦିନିଆ ଜୀବନ ଅତିବାହିତ କରୁଥିବାରୁ ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ପ୍ରାକୃତିକ ଭାବେ ପ୍ରସ୍ତୁତ ନିମପତ୍ର,ହଳଦୀ, ଗୋବର ଏବଂ ଧଳାଚୂର୍ଣ୍ଣର ମିଶ୍ରଣରେ ପ୍ରସ୍ତୁତ ହୋଲିରେ ବୃକ୍ଷକୁ ଲେପୋ କରାଯାଇଥିଲା । କାରଣ ଗଛର ମୂଳରେ ଉଈ ଏବଂ ବିଭିନ୍ନ ପୋକ ଲାଗିରହୁଥିବାରୁ ଗଛ ନଷ୍ଟ ହେବା ସହ ଅସ୍ଵାଭାବିକ ଭାବେ ଭାଙ୍ଗି ମୃତ୍ୟୁ ହେଉଛି। ତେଣୁ ବୃକ୍ଷକୁ ଦୃଢ଼ ଓ ଦୀର୍ଘକାଳୀନ ପାଇଁ ଯେପରି ବଞ୍ଚାଇ ରଖାଯାଇପାରିବ ତାହା ଉପରେ ବିଗତ ଦିନମାନଙ୍କରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ପ୍ରଚେଷ୍ଠା ଜାରି ରହିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନୀ ପ୍ରଫେସରଙ୍କ ପରାମର୍ଶ କ୍ରମେ ପ୍ରାକୃତିକ ଔଷଧ ପ୍ରସ୍ତୁତ କରାଯାଇଥିଲା ଯଥା; ହଳଦୀ ଯାହା ଉଈ ଓ ଅନ୍ୟ କୀଟାଣୁ ମାନଙ୍କ ଦ୍ୱାରା ହୋଇଥିବା ବୃକ୍ଷର କ୍ଷତକୁ ସୁଖାଇବା ସହ ଆଘାତ ପାଉଥିବା ବକଳର ଯନ୍ତ୍ରଣା ଦୂର କରେ । ସେହିଭଳି ନିମ ପତ୍ର ବିଭିନ୍ନ ପ୍ରକାରର କୀଟାଣୁ ଓ ଉଈ ମାନଙ୍କୁ ମାରିବାରେ ସାହାଯ୍ୟ କରିବା ସହ ଗଛକୁ ସୁରକ୍ଷା ଦେଉଥିବା ବକଳକୁ ପୋଷକ ଯୋଗାଏ । ଗୋବର ଗଛକୁ ନୂଆଁ ବକଳ ତିଆରି କରିବାରେ ସାହାଯ୍ୟ କରେ ଏବଂ ଧଳାଚୂର୍ଣ୍ଣ ଏହି ସବୁ ଜିନିଷକୁ ଯଥାକ୍ରମେ ଓଠା ଭଳି ଧରି ରଖିବାରେ ସାହାଯ୍ୟ କରେ । ଯାହାକୁ ପବିତ୍ର ହୋଲି ଦିନରେ ଵୃକ୍ଷକୁ ଲେପ କରାଯାଇଥିଲା। ବିଭିନ୍ନ ପର୍ବପର୍ବାଣୀରେ ଲୋକମାନଙ୍କୁ ପରିବେଶ ସହିତ ଜଡିତ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଅଛି। ମାତୃ ଦିବସରେ ଵୃକ୍ଷକୁ ମାଆ ଭାବେ ପୂଜା କରିବା,ରକ୍ଷା ବନ୍ଧନ ଦିନରେ ଗଛକୁ ରାକ୍ଷୀ ବାନ୍ଧିବା, ବନ୍ଧୁତା ଦିବସରେ ଗଛ ସହ ବନ୍ଧୁତା ରଖିବା, ପରିବେଶ ଦିବସରେ ଵୃକ୍ଷ ରୋପଣ କରି ପରିବେଶକୁ ସନ୍ତୁଳିତ କରିବା ଭଳି ବିଭିନ୍ନ ଉପାୟରେ ବୃକ୍ଷ ଏବଂ ମନୁଷ୍ୟକୁ ଯୋଡିବା ଓ ସଚେତନ କରିବା ପ୍ରଚେଷ୍ଠା ଜାରି ରଖିଛି।

ଏହି ଉତ୍ସବ ରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସଭାପତି ଶିବରମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ,ସହ ସମ୍ପାଦକ ପି ବିନୋଦ, କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ, ସହ ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here