ବିଜେପିରେ ଯୋଗ ଦେଲେ ବିଜେଡି ଓ କଂଗ୍ରେସର ଶତାଧିକ ନେତା, ସଂଗଠକ ଓ କର୍ମୀ।ପିସିସି ମୁଖପାତ୍ର ପୀତବାସ ପଣ୍ଡା, ଗଞ୍ଜାମ ବାର ଆସୋସିଏସନ ସମ୍ପାଦକ ବିରଂଚି ମହାପାତ୍ର, ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ବୀରେନ ପଟ୍ଟନାୟକ, ବରିଷ୍ଠ ଓକିଲ ସନ୍ତୋଷ ପାତ୍ର, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ବିଜେପିରେ ଯୋଗଦାନ। କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଖଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣା ବିଜେପିରେ ଯୋଗ ଦେଲେ

0
25

ଭୁବନେଶ୍ୱର,୧୦/୦୪/୨୦୨୪: ଓଡିଶାର ଶାସନ ବ୍ୟବସ୍ଥାରେ ବିରାଟ ରାଜନୈତିକ ପରିବର୍ତନ ଆସିବ । ବିଜେଡିକୁ ପ୍ରତ୍ୟାଖାନ କରି ମୋଦି ଗ୍ୟାରେଣ୍ଟିଯୁକ୍ତ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଓଡିଶାବାସୀ ନିଷ୍ପତି ନେଇଛନ୍ତି । ବିକଶିତ ଓଡ଼ିଶା ଗଠନରେ ଅଗ୍ରସର ହେବ । ଉଭୟ ବିଧାନସଭା ଏବଂ ଲୋକସଭାରେ ବିଜେପି ଜୟଯୁକ୍ତ ହୋଇ ମୋଦିଜୀଙ୍କ ହାତମୁଠାକୁ ସଶକ୍ତ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ ବାର୍ କାଉନସିଲ ସଦସ୍ୟ ପୀତବାସ ପଣ୍ଡା ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡାଙ୍କ ସମେତ ଗଞ୍ଜାମ ବାର ଆସୋସିଏସନ ସମ୍ପାଦକ ବିରଂଚି ମହାପାତ୍ର, ବ୍ରହ୍ମପୁର ପୂର୍ବତନ କର୍ପୋରେଟର ବୀରେନ ପଟ୍ଟନାୟକ, ଗଞ୍ଜାମ ବାର ଆସୋସିଏସନର ଓକିଲ ସନ୍ତୋଷ ପାତ୍ର ଏବଂ ସଞ୍ଜୟ ମିଶ୍ର ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ସହ ପୂର୍ବତନ ଚେୟାରମ୍ୟାନ ପୀତାମ୍ବର ସେଠୀ, ପୂର୍ବତନ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳୀ ସେଠୀ, ବିଜେଡି ନେତା ବିନାୟକ ଗୌଡ, ଶଙ୍କର ଗୌଡ, ହରପ୍ରସାଦ ପଲେଇ, ରାଜୀବ ପଲେଇ, ପ୍ରଭାକର ପାଢ଼ୀ, ନରେନ୍ଦ୍ର ନାଥ ଗୌଡ, ଅଭିମନ୍ୟୁ ଗୌଡ, ନରେନ୍ଦ୍ର ପ୍ରଧାନ, ଅବକାଶ ଜେନା, ଶଙ୍କର ଜେନା, ଜିତେନ୍ଦ୍ର ତରାଇ, ଉଲାସ ଗୌଡ, କୁନା ପାଇକରାୟ, ରାଧାକୃଷ୍ଣ, ମୃତ୍ୟୁଞ୍ଜୟ ଦାସ, ବାମଦେବ ବିଶୋଇ, ହରପ୍ରସାଦ ପଲେଇ, ଛାୟାବତୀ ବେହେରା ଓ ଶଙ୍କର ଗୌଡ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏଥିସହ ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣା, ପୂର୍ବତନ ଅଧ୍ୟକ୍ଷ ଡି.ରାଧାଶ୍ୟାମ ଦୋରା, ବିନୟ ଖଟୁଆ, ପ୍ରଦୀପ ନାୟକ, କାଳିଆ ପ୍ରଧାନ, ବରିଷ୍ଠ ବିଜେଡି ନେତା ସକଳେଶ୍ୱର ଦାସ, ମନୋଜ କୁମାର ସେଠୀ, ମିଥୁନ କୁମାର ଖୁଂଟିଆ, ଶୁକ୍ରୁ ପ୍ରଧାନ, ଉଷାରାଣୀ ରାଉତ, ବଚନ ପ୍ରଧାନ, ଦୈତାରୀ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରଞ୍ଜନ ନାୟକ, ପୂର୍ବତନ ସରପଂଚ ଅରୁଣ କୁମାର ଖଟୁଆ, ମନୋଜ କୁମାର ପ୍ରଧାନ, ସୁବଳ ସାହୁ, ଶ୍ରୀଧର ପ୍ରଧାନ, ଯୁବ ସଭାପତି ଉମା ଗୌଡ, ଜୟରାମ ସାହୁ, ସମିତି ସଦସ୍ୟ ରମେଶ ପରିଡା, ପୂର୍ବତନ ସରପଂଚ କିଶୋର ଚନ୍ଦ୍ର ପଲେଇ, ଗୋବର୍ଦ୍ଧନ ପଲେଇ, ଯୋଶୀ ଦାସ, ସୀମାଚଂଳ ଶବର, ରାମଚନ୍ଦ୍ର ସେଠୀ, ପ୍ରଫୁଲ୍ଲ କୁମାର ସାହୁ, ଜେ ନରସିଂହ ପାତ୍ର, ନବଘନ ପରିଡା, ମିଥୁନ ପ୍ରଧାନ, କେ ପ୍ରକାଶ ପାତ୍ର, ସୁଶାନ୍ତ ଆଚାର୍ଯ୍ୟ, ବନମାଳି ଗୌଡ, ନାଏବ ସରପଂଚ ପ୍ରଦୀପ ମୁନି, ପଂଚାୟତ ସଭାପତି ସିଲୁରାମ ସ୍ୱାଇଁ, ପୂର୍ବତନ ସମିତି ସଦସ୍ୟ ଉଦୟ ଜାନି, ସହଦେବ ଗୌଡ, ତ୍ରିନାଥ ଜାନି, ବାବୁ ପ୍ରଧାନ, ବେଣୁ ଗୌଣ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ଆସ୍କା ସାଂସଦ ପ୍ରାର୍ଥୀନି ଅନିତା ଶୁଭଦର୍ଶୀନି, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ସରୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here