ଢ଼ାବା ମାଲିକଙ୍କ ଠାରୁ ୧୧ ହଜାର ଲୁଟ : ଦୁଇ ଗିରଫ ।

0
18

ବୁଗୁଡା ୧୫/୪/୨୪ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଆଦିପୁର ଗ୍ରାମର କେଶବ ସ୍ୱାଇଁ ମା କାଳୀ ଢ଼ାବା ନାମରେ, ବିରଞ୍ଚିପୁର ଛକରେ ଏକ ହୋଟେଲ ବ୍ୟବସାୟ କରିଆସୁଛନ୍ତି। ଗତ ୧୩/୪/୨୪ ତାରିଖ ଦିନ ମଧ୍ୟାହ୍ନରେ ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ଗ୍ରାମର କେଶବ ପ୍ରଧାନ ଏବଂ ଶାଳବଣିରେ ବିବାହ କରିଥିବା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର ସହଯୋଗୀ ଶ୍ରୀକାନ୍ତ ପ୍ରଧାନ, ମା କାଳୀ ଢ଼ାବା ମାଲିକ କେଶବ ସ୍ବାଇଁଙ୍କୁ ଏକ ଛୁରୀ ଦେଖାଇ ୧୧ ହଜାର ଟଙ୍କା ଲୁଟି ନେଇଥିଲେ। ଢ଼ାବା ମାଲିକ କେଶବ ସ୍ବାଇଁଙ୍କ ଏତଲା ପ୍ରକାରେ ବୁଗୁଡା ପୋଲିସ ଥାନା କେଶ ନଂ ୨୭୪/୨୪ ଧାରା ୟୁ/ଏସ ୩୮୬/୩୮୦/୨୯୪/୫୦୬/୩୪ ଆଇପିସି/ ୨୫(୧)(ଏ)/ ୨୫(୬) ଆର୍ମ ଆକ୍ଟ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଲୁଟ ଘଟଣା ପରେ ଦୁଇ ଆଶାମୀ କୋରାପୁଟ ଜିଲ୍ଲାର ଜୟପୁର ଚାଲିଯାଇ ନିଜକୁ ନିର୍ଦ୍ଦୋଷୀ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ଆଜି ଅର୍ଥାତ ଏପ୍ରିଲ ୧୫ ତାରିଖ ଦିନ ସେମାନେ ଶାଳବଣି ଫେରିଥିବା ଖବର ପାଇ ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଓ ସବ-ଇନ୍ସପେକ୍ଟର ସମୀର କୁମାର ସେଠୀ ଦୁଇ ଆସାମୀ କେଶବ ପ୍ରଧାନ ଓ ଶ୍ରୀକାନ୍ତ ପ୍ରଧାନଙ୍କୁ ଗିରଫ କରିଥିଲେ। ଶ୍ରୀକାନ୍ତ ପ୍ରଧାନଙ୍କ ଠାରୁ ୫୦୦୦ ଟଙ୍କା ଓ କେଶବ ପ୍ରଧାନ ଠାରୁ ୧୨୫୦ ଟଙ୍କା ଉଦ୍ଧାର କରିବା ସହ ଏକ ଛୁରୀ ମଧ୍ୟ ଜବତ କରିଥିଲେ। ଉଭୟ ଆସାମୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here