ପୋଲସରାରେ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ପାଳନ

0
13

ପୋଲସରା ୧୭/୪/୨୪ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୭ତମ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ପାଳନ ହୋଇଯାଇଛି। ପ୍ରଥମେ ପୋଲସରା ଏନ.ଏ.ସି ବସଷ୍ଟାଣ୍ଡରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୋଲସରା ବ୍ଲକ ଓ ଏନଏସିର ଅନ୍ୟାନ୍ୟ ନେତୃ ବୃନ୍ଦ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ପୋଲସରା ମେଡିକାଲ୍ କୁ ଯାଇ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀ ସଭାପତି ସୁଶାନ୍ତ କୁମାର ପୋଲେଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ , ବିକ୍ରମ କୁମାର ନାୟକ ଓ ପ୍ରତିନିଧି ଘନଶ୍ୟାମ ଦାସ , ପୋଲସରା ଏନ୍.ଏ.ସି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ଭଗବାନ ସାହୁ , ଜିଲ୍ଲା ମହିଳା ବିଜେଡି ସଭାପତି କବିତା ସାହୁ , ଆସିକା କୋପରେଟିଭ ଡାଇରେକ୍ଟର ରଞ୍ଜନ କୁମାର ସାହୁ , ସୁକାନ୍ତ ଭୂୟାଁ , ପବିତ୍ର ରାଉତ ସମେତ ସମସ୍ତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here