ଫରୱାର୍ଡ ବ୍ଲକ ପକ୍ଷରୁ ଚିକିଟି ପାଇଁ ବିଭୂଧେନ୍ଦ୍ର ପାଢୀ ନାମାଙ୍କନ ଦାଖଲ

0
18

ବ୍ରହ୍ମପୁର,୧୯/୦୪/୨୦୨୪: ଫରୱାର୍ଡ ବ୍ଲକ ପକ୍ଷରୁ ଚିକିଟି ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନିଜ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ବରିଷ୍ଠ କମ୍ୟୁନିଷ୍ଟ ନେତା ଅଳକ ନାଥ ମିଶ୍ର, ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଆଡ଼ଭୋକେଟ ସନ୍ତୋଷ କୁମାର ସାହୁ, ଫରୱାର୍ଡ଼ ବ୍ଲକ ଜ଼ିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ଵର ପାଣିଗ୍ରାହୀ,ବରିଷ୍ଠ ଯୁବ ସଂଗଠକ ମିଟୁ ପ୍ରଧାନ,ଅଶ୍ୱିନୀ କୁମାର ପଣ୍ଡା, ଅନିଲ ପାଣିଗ୍ରାହୀ,ଅଲେଖ ପାଣିଗ୍ରାହୀ, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁ,ସାମ୍ବାଦିକ ବଦ୍ରିନାରାୟଣ ରଣା,ସାମ୍ବାଦିକ ରାଜେଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here