ପୋଲିଂ କର୍ମଚାରୀଙ୍କୁ ବ୍ୟବହାର କରି ସାଧାରଣ ନିର୍ବାଚନ ଜିତିବାର ଅପଚେଷ୍ଟା କରୁଥିବା ବିଜେଡି ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

0
37

ଭୁବନେଶ୍ୱର,୨୧/୦୫/୨୦୨୪: ଓଡିଶାର ୨ୟ ପର୍ଯାୟ ନିର୍ବାଚନ ବେଳେ କଂଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ବୁଥ ଜବର ଦଖଲ କରିିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ ନଦେଇ ସେମାନଙ୍କୁ ଭୋଟ ଦେବାରୁ ବଂଚିତ କରିଛନ୍ତି । ଏହି ଦୁଇ ବୁ୍‌ଥ୍‌ରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଓ ପୋଲିଂ କର୍ମଚାରୀଙ୍କ ସହଯୋଗରେ ଏପରି କରାଯାଇଛି । ବୁଥ ଜବର ଦଖଲ ଓ ହିଂସାକାଣ୍ଡ ସତ୍ୱେ ଏଠାରେ ଭୋଟ ଦାନ ପ୍ରକ୍ରିୟା ସ୍ଥଗିତ କରାଯାଇ ନଥିଲା । ଫଳରେ ଉଭୟ ବୁଥ୍‌ରେ ମତଦାନ ଫଳାଫଳ ଖରାପ ରହିଛି । ସମାନ ଘଟଣା ଓ ପରିସ୍ଥିତିରେ କଂଟାମାଳର ୨୮ନଂ ବୁଥ୍‌ରେ ମତଦାନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ମାତ୍ର ବୁଥ୍ ନଂ ୨୬ ଓ ୨୯ରେ ପରିସ୍ଥିତି ଅଧିକ ଖରାପ ଥିଲେ ମଧ୍ୟ ଏଠାରେ ମତଦାନ ପ୍ରକ୍ରିୟା ଶେଷ କରାଯାଇଥିଲା । ନିର୍ବାଚନ ବ୍ୟବସ୍ଥାରେ ଏଭଳି ପକ୍ଷପାତୀତା ନିରାଶଜନକ । ଏହା ନିର୍ବାଚନ ନିୟମକୁ ଉଲ୍ଲଂଘନ କରୁଛିି । ୨୬ ଓ ୨୯ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଶାସକ ଦଳ ସହ ଥିବାରୁ ସତ୍ୟାସତ୍ୟ ବାହାରକୁ ଆସିପାରିନାହିଁ । ଉଭୟ ବୁଥ୍‌ରେ ପୁନର୍ବାର ମତଦାନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି ।
ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୧୦୮ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ବିଜୁ ଜନତା ଦଳର କର୍ମୀଭଳି କାର୍ଯ୍ୟ କରୁଛନ୍ତି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପରିବର୍ତେ ଶାସକ ଦଳକୁ ଜିତିଇବା ପାଇଁ ବରିଷ୍ଠ ଭୋଟରଙ୍କୁ ପ୍ରଭାବିତ କରୁଛି । ଯାହାର ଭିଡିଓ ଓ ଫଟୋ ସିଇଓଙ୍କୁ ହସ୍ତାନ୍ତର କରାଯାଇଛି । ତୁରନ୍ତ ତାଙ୍କୁ ଗିରଫ କରାଯିବା ସହ ଉପରେ କାର୍ଯ୍ୟାନୁଷ୍ଠାନ ରିପୋଲିଂ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ପ୍ରଭାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here