ବ୍ରହ୍ମପୁର ବିଶ୍ଵିଦ୍ୟାଳୟ ର ବାଣିଜ୍ୟ ଓ ଅର୍ଥନୀତି ବିଭାଗରେ ଜାତୀୟ ସମ୍ମିଳନୀ ଆୟୋଜିତ

0
48

ବ୍ରହ୍ମପୁର,୧୦/୦୮/୨୦୨୪:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ଏବଂ ଅର୍ଥନୀତି ବିଭାଗ ମିଳିତ ଆନୁକୂଲ୍ୟରେ “ବିକଶିତ ଭାରତ ୨୦୪୭: ୟୁନିଅନ ବଜେଟ ଓ ଓଡ଼ିଶା ବଜେଟ ୨୦୨୪ ର ପ୍ରଭାବ ” ବିଷୟରେ ଏକଦିନିଆ (୧୦ଅଗଷ୍ଟ ୨୦୨୪) ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ (ପୂର୍ବତନ ଅର୍ଥମନ୍ତ୍ରୀ, ଓଡ଼ିଶା ସରକାର) ମୁଖ୍ୟ ଅତିଥି , ପ୍ରଫେସର ପ୍ରଫୁଲ୍ଲ ଧଳ (ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ର ଟ୍ରଷ୍ଟି ସଦସ୍ୟ ) , ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତି , ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ( ସ୍ନାତ୍ତକତ୍ତୋର ପରିଷଦ ଅଧକ୍ଷ ,ବ୍ରହ୍ମପୁର ବିଶ୍ଵବଦ୍ୟାଳୟ) , ଡ. ବିଭୁ ପ୍ରସାଦ ସାହୁ (ପ୍ରତିଷ୍ଠାତା ତଥା ସି. ଇ.ଓ , ବିଶ୍ବବ୍ୟାଙ୍କର ସାମାଜିକ ବିକାଶ ଏବଂ ଯୁବ ପରାମର୍ଶଦାତା) ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗ ଦେଇ ସମ୍ମିଳନୀର ଉଦ୍ଦେଶ୍ୟ ଏବଂ ଚଳିତ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ ଓ ସମୀକ୍ଷା କରିଥିଲେ ।ସମ୍ମିଳନୀ ର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଫେସର ଭାଗବତ ପାତ୍ର,ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର , ପ୍ରଫେସର ପ୍ରଫୁଲ୍ଲ ଧଳ, ପ୍ରଫେସର୍ ବିଭୁ ପ୍ରସାଦ ସାହୁ ,
ଙ୍କ ଦ୍ଵାରା ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା। ସମ୍ମିଳନୀ ର ତୃତୀୟ ପର୍ଯ୍ୟାୟରେ ଗବେଷକ ମାନଙ୍କ ଦ୍ଵାରା ୫୪ ଟି ଗବେଷଣାତ୍ମକ ପତ୍ର ଉପସ୍ଥାପନ କରାଯାଇଥିଲା । ସଭାର ଶେଷ ପର୍ଯ୍ୟାୟରେ ଶ୍ରୀ ସନ୍ତୋଷ କୁମାର ସାହୁ(ସହକାରୀ ନିର୍ଦ୍ଦେଶକ, ଏମ.ଏସ. ଏମ.ଇ ବିଭାଗ,ଭାରତ ସରକାର ) ଓ ଶ୍ରୀ ବଳରାମ ବେହେରା (ଡି.ଜି.ଏମ, ରେଲୱେ, ଗୋପାଳପୁର ପୋର୍ଟ) ଅତିଥି ଭାବରେ ଯୋଗଦେଇ ସେମାନଙ୍କର ମତ ପୋଷଣ କରିଥିଲେ ।
ଉକ୍ତ ସମ୍ମିଳନୀରେ ପ୍ରଫେସର ସୁଧାକର ପାତ୍ର, ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ, ଶକ୍ତି ରଞ୍ଜନ ଦାଶ, ଡ. ବିଷ୍ଣୁ ଚରଣ ବେହେରା, ଡ .ପବିତ୍ର ସିଂ, ଡ.ମହେଶ୍ୱର ସେଠୀ, ଡ.ଚନ୍ଦ୍ରିକା ପ୍ରସାଦ ଦାଶ, ଡ. ଦିପ୍ତିମୟୀ ମିଶ୍ର, ଡ. ଵିଭୂନନ୍ଦିନୀ ଦାସ, ଡ. ବି ଭେଙ୍କେଟେଶ୍ଵର ରାଓ ଏବଂ ଡ. ଜିନିତା ପଟ୍ଟନାୟକ ପ୍ରମୁଖ ସମ୍ମିଳନୀ ର ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here