ବ୍ରହ୍ମପୁର,୧୪/୦୮/୨୦୨୪:
ବାଂଲାଦେଶ ରେ ସରକାର ପରିବର୍ତ୍ତନ ପରେ ମଧ୍ଯ ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର ବିରୁଦ୍ଧରେ ଆଜି ସ୍ଥାନୀୟ ଖଲ୍ଲିକୋଟ କଲେଜ ଛକ ନିକଟରେ ହିନ୍ଦୁ ସମାଜ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇ ଥିଲା, ହିନ୍ଦୁ ସମାଜ ର ବ୍ୟକ୍ତି ବିଶେଷ ଙ୍କ ସହ ସଧାରଣ ଜନତା ମଧ୍ଯ ଏଥିରେ ସାମିଲ ହୋଇଥିଲେ, ବାଂଲାଦେଶ ରେ ଥିବା ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା, ମଠ ମନ୍ଦିର ମାନଙ୍କ ସୁରକ୍ଷା ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇ ଥିଲା,ଏହା ଛଡା ଓଡିଶା ରେ ଥିବା ବଙ୍ଗଳାଦେଶୀ ଅନୁ ପ୍ରବେଶକାରି ଙ୍କୁ ତୁରନ୍ତ ଚିହ୍ନଟ କରି ଆଇନ ଅନୁଯାଇ ପଦେକ୍ଷପ ନେବାକୁ ମଧ୍ଯ ଦାବି ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ନରସିଂହ ପାତ୍ର, ପ୍ରହଲ୍ଲାଦ ପାଣିଗ୍ରାହୀ, ଭଗବାନ ଚୌଧୁରୀ,ମାଧବ ନାୟକ, ରଣଜିତ ପାତ୍ର, ଅରୁଣ ପଣ୍ଡା, କେଦାରନାଥ ମହାପାତ୍ର, ସୁକାନ୍ତ ଗୌଡ, ପିଣ୍ଟୁ ସାହୁ, ଅଜିତ ମହାପାତ୍ର
ଯୋଗ ଦେଇଥିଲେ।