ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ। ସାଇବର ଥାନାରେ ଏତଲା

0
6

ଭୁବନେଶ୍ୱର,୦୩/୦୭/୨୦୨୬: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଶ୍ରୀ ସୁନୀଲ ଜେନା ନାମକ ବ୍ୟକ୍ତିଜଣକ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ବଦ୍‌ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି । ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ସବୁ ପୋଷ୍ଟ କରୁଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ଏଭଳି ବ୍ୟକ୍ତିଜଣକ ସାମାଜିକ ଗଣମାଧ୍ୟମରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଳୀଳ ଏବଂ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ପୋଷ୍ଟ କରି ସମାଜରେ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି । ଆଜିର ଡିଜିଟାଲ ଯୁଗରେ ଏଭଳି କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।
ଗଣମାଧ୍ୟମକୁ ସୁଚନା ଦେଇ ଡ. ମହାନ୍ତି କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତିକୁ ନଷ୍ଟ କରିବାକୁ ଅପଚେଷ୍ଠା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସାମ୍ବାଦିକ ବୋଲି ନିଜକୁ ପରିଚୟ ଦେଇ ସାମ୍ବାଦିକତା ପେଶାକୁ ବଦ୍‌ନାମ କରୁଥିବା ଏଭଳି ବ୍ୟକ୍ତିଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ନିହାତି ଆବଶ୍ୟକ । ଏ ସଂପର୍କରେ ଆଜି ଭୁବନେଶ୍ୱର ସାଇବର ଥାନାରେ ସୁନୀଲ ଜେନାଙ୍କ ବିରୋଧରେ ବିଜେପି ତରଫରୁ ଏତଲା ଦିଆଯାଇଛି ଏବଂ ଏତଲା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧିଦଳକୁ ଥାନାଧିକାରୀ ପ୍ରତିଶୃତି ଦେଇଥିବାର ଡ.ମହାନ୍ତି ସୂଚନା ଦେଇଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା ଓ ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ସୁଶାନ୍ତ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here