ଚିରିକିପଡା ଶାସନ ଗ୍ରାମରେ ରାକ୍ଷା ବନ୍ଧନରେ “ଗଛ ପାଇଁ ରାକ୍ଷୀ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।

0
23

ପୋଲସରା ୧୯/୦୮/୨୪ ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ, କିନ୍ତୁ ଏହି ରାକ୍ଷୀ ପୂର୍ଣିମା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବା ଜଣାପଡିଛି। ଯାହାକି ଆଜି ଚିରିକିପଡା ଶାସନ ଗ୍ରାମର କୁନି କୁନି ପିଲା ସହିତ ଗ୍ରାମର କିଛି ଲୋକଙ୍କ ପକ୍ଷରୁ ଏକ ନିଆରା ଢଙ୍ଗରେ ଏକ କଦମ୍ବ ବୃକ୍ଷରେ ରାକ୍ଷୀ ବାନ୍ଧି ରାକ୍ଷୀ ପୂର୍ଣିମା ପାଳନ କରାଯାଉଛି।ଚିରିକିପଡା ଶାସନ ଗ୍ରାମର ବହୁ ପରିଚିତ ଜେ କୁମାର ବା ଜିତେନ୍ଦ୍ର କୁମାର ସାହୁଙ୍କ ସହଯୋଗ ରେ ଗ୍ରାମର କିଛି ଭଉଣୀ ମାନେ “ଗଛ ପାଇଁ ରାକ୍ଷୀ ଟିଏ” କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । କଦମ୍ବ ଗଛକୁ ରାକ୍ଷୀ ବାନ୍ଧି ଶପଥ ନେଇଛନ୍ତି କି ଗଛ କୁ ଆମେ ସୁରକ୍ଷା ଦେବା । ଗଛ ଆମକୁ ଅମ୍ଳଜାନ ଦେଉଛି, ଗଛ ଆମ କୁ ଛାଇ ମଧ୍ୟ ପ୍ରଦାନ କରିବା ସହିତ ଗଛ ବଞ୍ଚିଲେ ସାରା ଜୀବଜଗତ ବଞ୍ଚେ ,ଗଛ ବିନା ସାରା ବିଶ୍ବର ମଣିଷ ଜୀବନ କିଛି ନୁହେଁ ଏଥିପାଇଁ ସେମାନେ ଆଜି ନିଜ ଭାଇକୁ ରାକ୍ଷୀ ବାନ୍ଧିବା ସହିତ ଗଛକୁ ମଧ୍ଯ ନିଜର ଭାଇ ଭାଇ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମ ରେ ଯାଦୁକର ଜିତେନ୍ଦ୍ର କୁମାର ସାହୁ ସହିତ ଗ୍ରାମର ପ୍ରଦୀପ କୁମାର ସାହୁ,କାର୍ତ୍ତିକ ସାହୁ ଓ ଗ୍ରାମର କିଛି ଭାଇ ଓ ଭଉଣୀ ମାନେ ମଧ୍ୟ ଯୋଗ ଦେଇ କୁନି କୁନି ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here