Home ବ୍ରହ୍ମପୁର ସ୍ପେଶାଳ ଗିରଫ ହେଲେ ସାଇକେଲ ଚୋରିର ୨ ମୁଖ୍ୟ ଆସାମୀ : ୧୧ ସାଇକେଲ ଜବତ।

ଗିରଫ ହେଲେ ସାଇକେଲ ଚୋରିର ୨ ମୁଖ୍ୟ ଆସାମୀ : ୧୧ ସାଇକେଲ ଜବତ।

0
86

ବୁଗୁଡା ୨୧/୮/୨୪ ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡା ଥାନା ପକ୍ଷରୁ ଅଗଷ୍ଟ ୨୧ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ସାଇକେଲ ଚୋରିର ମୁଖ୍ୟ ଆସାମୀ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୧ ଟି ସାଇକେଲ ଜବତ ହୋଇଥିବା ଭଞ୍ଜନଗର ଏସ.ଡି.ପି.ଓ. ସୁଜିତ କୁମାର ନାୟକ ପ୍ରକାଶ କରିଛନ୍ତି। ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ଆଖପାଖ ଅଞ୍ଚଳରେ ସାଇକେଲ ଚୋରମାନେ ସକ୍ରିୟ ଥିଲେ। ସାଇକେଲ ଚୋରି ହୋଇଥିବା ଅଭିଯୋଗ ନେଇ ବୁଗୁଡା ପୋଲିସ ଥାନାରେ ୪୦୪/୨୪, ୪୦୫/୨୪ ଓ ୪୦୬/୨୪ ପ୍ରକାରେ ତିନି ଗୋଟି ମାମଲା ରୁଜ୍ଜୁ ହୋଇଥିଲା। ଏନେଇ ବୁଗୁଡା ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଅନୁସନ୍ଧାନ ପାଇଁ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏଏସଆଇ ସୁମନ୍ତ ବେହେରା ଓ ବାପୁଜୀ ଖଣ୍ଡଗିରି ଏବଂ କନେଷ୍ଟବଳ ସମୀର କୁମାର ଜେନା, ଗାୟତ୍ରୀ ବେହେରା, ଯୁଧିଷ୍ଠିର ବାସୁପତି, ତାମିନ ଶବର ଓ ଯୋଗୀ ବେହେରା ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା। ଏହି ଟିମ ଜଗନ୍ନାଥ ପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧ ଗୋଟି ଚୋରି ସାଇକେଲ ଜବତ କରିବା ସହ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମର କାହ୍ନୁ ପଣ୍ଡା ଓ କୁମୁଣ୍ଡା ଗ୍ରାମର ସନ୍ଦୀପ ସାହୁ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଦୁଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!