ବସ ସହ ଟ୍ୟାଙ୍କର ଗାଡି ମୁହାଁମୁହିଁ ଧକ୍କା,୫ ମୃତ୍ୟୁ,୨୦ ଗୁରୁତର

0
21

ବ୍ରହ୍ମପୁର,୨୨/୦୮/୨୦୨୪:ଆଜି ପ୍ରାତଃ ସମୟରେ ସମରଝୋଳ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯାତ୍ରୀବାହୀ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ବଡ ଧରଣର ଦୁର୍ଘଟଣା ଘଟିଛି। ରାସ୍ତା କଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଖମ୍ବେଶ୍ବରୀ ନାମକ ଯାତ୍ରୀ ବାହି ବସଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କର ଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲେ। ବସ୍ ତଳେ ଚାପି ହୋଇ ଚା ପିଉଥିବା ୩ଜଣ ବ୍ୟକ୍ତିଙ୍କ ସମେତ ମୋଟ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଥିଲା।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଗୁରୁତର ଆହତ ମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏ
କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ
ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ
ନିର୍ଦ୍ଦେଶ ଦେଇଛନ୍ତି।ସେପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବଡ ମେଡିକାଲ ରେ ପହଞ୍ଚି ଚିକିତ୍ସାଧିନ ଗୁରୁତର ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।ଏହି ସମୟରେ ବଡ ମେଡିକାଲ ରେ ପରିବହନ କମିଶନର ଅମିତାଭ ଠାକୁର, ଜିଲ୍ଲାପାଳ, ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।ପରେ ସମରଝୋଳ ସ୍ଥିତ ଦୁର୍ଘଟଣା ଘଟିଥିବା ସ୍ଥଳ କୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ଅତ୍ୟନ୍ତ ହୃଦୟ ବିଦାରକ, ଦୁର୍ଘଟଣାରେ ପ୍ରଭାବିତ ମାନଙ୍କୁ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ଏପରି ଦୁର୍ଘଟଣାର ପୁନରାବୃତ୍ତି ନ ହେଉ ଧ୍ୟାନ ଦେବା ସହିତ ଏହି ଘଟଣାର ତଦନ୍ତ ପାଇଁ ବ୍ୟବସ୍ଥା କରାଯିବ ବୋଲିି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

LEAVE A REPLY

Please enter your comment!
Please enter your name here