ବିଷାକ୍ତ ମଦ ଜନିତ ମୃତ୍ଯୁବରଣ କରିଥିବା ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ- ଫରୱାର୍ଡ ବ୍ଲକ

0
21

ବ୍ରହ୍ମପୁର,୨୩/୦୮/୨୦୨୪: ଗଞ୍ଜାମ ଜ଼ିଲ୍ଲାରେ ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୁତି ଗ୍ରାମର ବସନ୍ତ ଗୌଡ଼ଙ୍କ ଦେଶୀ ମଦ ଜନିତ ମୃତ୍ୟୁ ବରଣ କରିବା ପରେ ଚିକିଟି ଏନ୍ଏସି ର ଜେନାପୁର ଗ୍ରାମରେ ଜୁର ବେହେରା ଏବଂ ଲୋକନାଥ ବେହେରା ବିଷାକ୍ତ ମଦ୍ୟ ପାନ ଜନିତ ମୃତ୍ୟୁ ହୋଇଛି । ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ଭେଣ୍ଟିଲେଟର ରେ ରହିଥିବା ବେଳ ତିନିଜଣ ଆଇ ସି ୟୁ ରେ ରହିଛନ୍ତି । ଅନ୍ୟ ୧୩ ଜଣ ଗୁରୁତର ଭାବେ ଜୀବନ ସହ ଲଢ଼ୁଛନ୍ତି । ଅତଏବ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା କମିଟି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ଅଭିପ୍ରାୟ ଏହି କି ଆନ୍ଧ୍ର -ଓଡିଶା ସୀମାନ୍ତ ଚିକିଟି ବ୍ଲକ ଇଲାକାରେ ଅପମିଶ୍ରିତ ବେଆଇନ ମଦ କାରବାର ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲି ଆସିବା ନଜିର ରହିଛି । ଦେଶୀ ମଦକୁ କେଉଁଠି ରାସାୟନିକ ରଙ୍ଗ ଦେଇ ଅବାଧ ରେ ବିଦେଶୀ ମଦ ଆକାର ରେ ବିକ୍ରି ହେଉଛି ତ ଆଉ କେଉଁଠି ବେଆଇନ ଭାବେ ମହୁଲ ବଦଳ ରେ ଗୁଡ଼,ପିଡିଆ, ବ୍ୟାଟେରୀ ଗୁଣ୍ଡ ଆଦି ମିଶାଇ ମଦକୁ ଅଧିକ ନିଶାଯୁକ୍ତ କରାଇ ଚୋରା ରେ ବିକ୍ରି କରା ହେଉଛି । ଅବକାରୀ,ପୁଲିସ ବିଭାଗ ତରଫରୁ ଚଢ଼ାଉ କରାଯାଇ ନକଲି ମଦ ଜବତ ସହ ଅନେକ ଜଣଙ୍କୁ ଗିରଫ କରି ଜେଲକୁ ପଠାଯିବା ଉଦାହରଣ ରହିଛି । ଅଦୃଶ୍ୟ ଶକ୍ତିର ଆଶ୍ରିବାଦ ହେତୁ ମଦ ମାଫିଆ -ଅବକାରୀ -ପୁଲିସ ବିଭାଗ ମାଲାମାଲ ହୋଇଛନ୍ତି । କିନ୍ତୁ ଅନେକ ଜୀବନ ଅକାଳ ରେ ଝଡ଼ିଯିବା ସହ ଅନେକ ପରିବାର ଦୁର୍ଦଶା ରେ କାଳାତିପାତ କରୁଛନ୍ତି । ଗତ ୨୦୦୫ ସେପ୍ଟେମ୍ବରରେ କେ ନୂଆଗାଁ ଥାନା ପତିଗୋବିନ୍ଦ ପୁର ଗ୍ରାମ ରେ ବିଷାକ୍ତ ମଦ୍ୟ ପାନ କରି ଗ୍ରାମର ଟି. ଦାମୋଦର, ଏନ. ମଙ୍ଗଳା ଓ ଟି. କୋତିଲି ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥି ସହ ଗ୍ରାମର ଆଉ ଦଶ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ଗୁରୁତର ହୋଇଥିଲେ । ତେବେ ଏହି ମଦ ମୃତ୍ୟୁକୁ ଘୋଡ଼ାଇବା ପାଇଁ ସେତେବେଳେ ପ୍ରଶାସନ ଯଥାସାଧ୍ୟ ଚେଷ୍ଟା କରିଥିଲେ ।
ସେହିପରି ୨୦୧୯ ମସିହାରେ କେ. ନୂଆଗାଁ ପଂଚାୟତ ଆମ୍ବଝୋଳା ବ୍ରିଜ଼ ନିର୍ମାଣ ବେଳେ ଜଣେ ଶ୍ରମିକ ବିଷାକ୍ତ ମଦ୍ୟ ପାନ କରି ମୃତ୍ୟୁ ଲଭିଥିବା ବେଳେ ଆଉ ୭ ଶ୍ରମିକ ଗୁରୁତର ହୋଇଥିଲେ l ଯାହା କି ରହସ୍ୟ ରହିଛି,ଗତ ୨୦୨୩ ସେପ୍ଟେମ୍ବରରେ କେ. ନୂଆଗାଁ ଥାନା ମାଉନ୍ଦ ପୁର ନିକଟରେ ଚିକିଟି ପେଣ୍ଠ ରେ ମୁରଲୀ ସାହୁଙ୍କ ଗଳିତ ଶବ କୁ ପୁଲିସ ଉଦ୍ଧାର କରିଥିଲା । ତାହା ବିଷାକ୍ତ ମଦ୍ୟ ପାନ ଜନିତ ମୃତ୍ୟୁ ବୋଲି କୁହାଯାଇଥିଲା । ତାହା ରହସ୍ୟ ହୋଇଛି ।୨୦୨୪ ଫେବୃଆରୀରେ କଳବାଡ଼ ସରକାରୀ ଟ୍ରେଡ଼ ମାର୍କ ବ୍ୟବହାର କରି ଚୋରା ମଦ ବେପାର ବେଳେ ଜଣେ ଗିରଫ ସାଙ୍ଗକୁ ୧୨୦ ଲିଟର ମଦ ଜବତ ଘଟଣାକୁ ଅନ୍ଧାରରେ ବାଡ଼ି ବୁଲାଗଲା ।ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା କମିଟିର ଦାବୀ ଗୁଡିକ ହେଲା,
ଚିକିଟି ମଦମୃତ୍ୟୁ ପରିବାରଙ୍କୁ ରାଜ୍ୟ ସରକାର ନଗଦ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା କରନ୍ତୁ ।ଚିକିଟି ବିଷାକ୍ତ ମଦ ପାନ ଜନିତ ବିକଳାଙ୍ଗଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା କରନ୍ତୁ ।ବେଆଇନ ମଦ ବେପାର ରେ ଅଦୃଶ୍ୟ ଶକ୍ତି, ମଦ ମାଫିଆ ଏବଂ କିଙ୍ଗପିନକୁ ଚି଼ହ୍ନଟ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ନିଲମ୍ବିତ ଅବକାରୀ ସୁପାରିଟେଣ୍ଡେଣ୍ଟ ଙ୍କ ଆୟ ବହିର୍ଭୁତ ସମ୍ପତ୍ତିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଅବକାରୀ ଇନ୍ସପେକ୍ଟର ଏବଂ ଏସ ଆଇ ଙ୍କୁ ବଦଳି ପରିବର୍ତ୍ତେ ସେମାନଙ୍କୁ ନିଲମ୍ବନ କରି ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଦୀର୍ଘ ବର୍ଷ ଧରି ସୁରଳ, ସୁନାପୁର ସୁମାଣ୍ଡି, ଗିରିସୋଲା ଏବଂ ଗୋବିନ୍ଦ ନଗର ପଞ୍ଚାୟତରେ ବିକ୍ରି କରୁଥିବା ବିନା ଲାଇସେନ୍ସ ଦେଶୀ ନକଲି ମଦ ଏବଂ ବେପାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଚିକିଟି -ପାତ୍ରପୁର ବ୍ଲକ ରେ ଅବାଧ ରେ ବିକ୍ରି ହେଉଥିବା ନକଲି ବିଦେଶୀ ମଦଙ୍କୁ ବନ୍ଦ କରିବା ନକଲି ବିଦେଶୀ ମଦ ପ୍ରସ୍ତୁତକାରିଙ୍କୁ ଚି଼ହ୍ନଟ କରି ଗିରଫ କରାଯାଉ ।

ଉପୋରକ୍ତ ଦାବୀ ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆସନ୍ତା ନଭେମ୍ବର ମାସ ରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା /ଅନଶନ ଦିଆଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here