ଭାରତୀୟ ନୌସେନାର ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ – ରାଜ୍ୟପାଳ

0
15

ଭୁବନେଶ୍ୱର,୦୬/୦୩/୨୦୨୫: ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧ‌ିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ଟି କହିଛନ୍ତି। ଆଜି ମୋଟର କାର ରାଲିରେ ଅଂଶ ଗ୍ରହଣ କରିଥିବା ନୌସେନାର ଅଧିକାରୀ | କର୍ମକର୍ତ୍ତାଙ୍କ ସହ ରାଜଭବନର ଅଭିଷେକ ହଲ୍ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉକ୍ତ କାର ରାଲି କେବଳ ଏକ ଯାତ୍ରା ନୁହେଁ। ରାଲିରେ ଅଂଶ ଗ୍ରହଣକାରୀମାନେ ଯୁବ ସମୁଦାୟ ଏବଂ ନାଗରିକମାନଙ୍କ ନିକଟରେ ପହଂଚି ଭାରତୀୟ ନୌସେନାରେ ଥ‌ିବା କ୍ୟାରିୟର ସମ୍ଭାବନା ସଂପର୍କରେ ସଚେତନ କରାଇବେ। ଦେଶର ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ଆଡମିସନ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନେଇଥିବା ଐତିହାସିକ ନିଷଭିକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ସମାଜକୁ ଏକ ସକରାତ୍ମକ ବର୍ଷା ଦେଉଛି ବୋଲି କହିଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଭାରତୀୟ ନୌସେନା ସହିତ ଥ‌ିବା ତାଙ୍କର ସୁଖଦ ସ୍ମୃତି ମନେପକାଇବା ସହିତ ଦେଶର ସୁରକ୍ଷା ପ୍ରତି ଭାରତୀୟ ନୌସେନାର ଉତ୍କର୍ଷତା, ସମର୍ପଣ ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏକ ମହତ୍ ଉଦ୍ଦେଶ୍ୟ ନେଇ ଭାରତୀୟ ନୌସେନାର ଏଭଳି ମୋଟର କାର ରାଲି ଆୟୋଜନକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଅଂଶଗ୍ରହଣକାରୀ ମାନଙ୍କୁ ଅନେକ ଉପଲବ୍ଧି ଓ ମଧୁର ସ୍ମୃତି ପ୍ରଦାନ କରିବ ଏବଂ ଏହି ଅଭିଯାନ ସାମୁଦ୍ରିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ ଏବଂ ମୋଟର କାର ରାଲିର ସଫଳତା କାମନା କରିଥିଲେ ।ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଲେଫ୍ଟନାଣ୍ଟ କମାଣ୍ଡର ଅବିନାଶ କ୍ଷେତ୍ରୀଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ର ଲେଫ୍ଟନାଂଟ୍ କମାଣ୍ଡର ଜୁବିନ ଜନ୍ ପ୍ରାରମ୍ଭରେ ମୋଟର କାର ରାଲିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ମୋଟର କାର ରାଲି ଚଳିତ ମାର୍ଚ୍ଚ ୩ ତାରିଖରେ କୋଲକତାର ଆଇଏନ୍ଏସ ସୁଭାଷରୁ ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନ ଚଳିତ ମାର୍ଚ୍ଚ ୨୧ ମଧ୍ୟରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇ ତାମିଲ୍‌ନାଡୁ ରାଜ୍ୟର
ଚେନାଇରେ ସମାପ୍ତ ହେବ। ରାଲି ପ୍ରାୟ ୩୮୦୦ କି.ମି ଯାତ୍ରା କରିବ ଏବଂ ଏହି ଅବସରରେ ଅଂଶ ଗ୍ରହଣକାରୀ ମାନେ ସ୍କୁଲ, କଲେଜ, ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ, ଯୁବପୀଢ଼ି, ନାଗରିକ ତଥା ନୌସେନାର ପୂର୍ବତନ ସୈନିକ, ବୀରାଙ୍ଗନାମାନଙ୍କ ସହିତ ବାର୍ତ୍ତାଳାପ ଜରିଆରେ ନାରୀ ଶକ୍ତି ଓ ମହିଳା ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଭାରତୀୟ ନୌସେନା ସଂପର୍କରେ ସଚେତନ କରାଇବେ ।

LEAVE A REPLY

Please enter your comment!
Please enter your name here