ବୁଗୁଡା ୬/୩/୨୫ : ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ(ସୁନାରି) ସମାଜ,ଘୁମୁସର ତାଲୁକା ସଭାପତି କେ.ମନୋଜ ଅଚାରୀ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରାଝୋଳ ର ମିଳିତ ଆନୁକୂଲ୍ୟରେ, ସାଇଟସେଭରସ ଇଣ୍ଡିଆ ସହଯୋଗ ରେ ଗାଡି ଚାଳକ(ଡ୍ରାଇଭର)ମାନଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବୁଗୁଡା ବ୍ଳକର ବାଲିପଦର ସୁନାରି ସମାଜ କୋଠାଘର ଠାରେ,ମୋଟ ୬୦ ଜଣଙ୍କ ଆଖି ପରୀକ୍ଷା କରାଯାଇ ୩୫ ଜଣଙ୍କୁ ମାଗଣା ରେ ଚଷମା ପ୍ରଦାନ କରାଯାଇଥିଲା। ଏଥିସହ ବୁଗୁଡା ବ୍ଳକର ଶଙ୍କୁରୁ ଓ କାନକୁଟୁରୁ ଗ୍ରାମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ୪୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ୧୩ ଜଣଙ୍କ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା। ଶିବିର ପରିଚାଳକ ଚିତ୍ରସେନ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ହସପିଟାଲର କର୍ମଚାରୀଙ୍କ ସହଯୋଗରେ ଏହି ତିନି ସ୍ଥାନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।