ମଧୂପଲ୍ଲୀ ଆକ୍ରମଣ ଘଟଣା, ତିନି ଅଭିଯୁକ୍ତ ଗିରଫ

0
167

ପୋଲସରା, ୧୫/୦୩/୨୦୨୫ : ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମରେ ଗତ ବୁଧବାର ଦିନ ଦୋଳ ଯାତ୍ରା ଚାଲିଥିବା ସମୟରେ ସଂଘବଦ୍ଧ ଆକ୍ରମଣରେ ନିରାକାର କରଣଙ୍କ ପୁଅ ସୁନି କରଣ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ କରିଥିବା ଯୁବକମାନେ ଫେରାର ଥିବା ବେଳେ ପୋଲସରା ପୋଲିସ ଥାନା କେଶ ନଂ ୧୭୨/୨୫ ପ୍ରକାରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ମାର୍ଚ୍ଚ ୧୫ ତାରିଖ ଦିନ ପୋଲସରା ପୋଲିସ ମଧୂପଲ୍ଲୀ ଗ୍ରାମର ୧) ନାରାୟଣ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୩୫), ୨)ପାଣ ସାହୁଙ୍କ ପୁଅ ସୁଧୀର ସାହୁ(୨୫) ଓ ୩)ଯୋଗୀ ଦାସଙ୍କ ପୁଅ ରବୀନ୍ଦ୍ର ଦାସ (୩୫) ଏହି ୩ ଜଣଙ୍କୁ ଧାରା U/s 126(2)/296/115(2)/118(1)/109/351(2)/3(5) BNS ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here