ପୋଲସରା କଲେଜ ପାଇଁ ଗୌରବ ଆଣିଲେ କାଜଲ, ସାଧନା ଓ ସରିତା

0
40

ପୋଲସରା, ୨୩/୪/୨୫ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ଯୁକ୍ତ ତିନି ଶେଷ ବର୍ଷ ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି। ଶିକ୍ଷା ବିଭାଗର ୧୦ ମେରିଟ ଲିଷ୍ଟ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଛାତ୍ରୀ ସାଧନା ପାଣି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ସରିତା ପ୍ରଧାନ ଦଶମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ କାଜଲ ପଣ୍ଡା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ, ଶିକ୍ଷା ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ପ୍ରଧାନ ଏବଂ ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ସେକ୍ ଫରିଦ୍ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କୁ ଉତ୍ତୀର୍ଣ୍ଣ ଛାତ୍ରୀମାନେ ତାଙ୍କର ସଫଳତା ପାଇଁ କୃତଜ୍ଞତା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here