ପୋଲସରା ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ

0
23

ପୋଲସରା ୦୨/୦୫/୨୫ ନିର୍ଘ ଦିନଧରି ପୋଲସରା ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆସନ୍ତା ଦିନ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ସୂଚନା ମୁତାବକ ୦୨/୦୭/୨୦୧୭ ମସିହାରେ ଏହି ବସଷ୍ଟାଣ୍ଡକୁ ଆଧୁନିକୀକରଣ କରିବା ପାଇଁ ଓଡିଶାର ମାନ୍ୟବର ଯୋଜନା ଓ ସମନ୍ବୟ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ମାନ୍ୟବର ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁ ଓ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ କୈାଣସି କାରଣ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ୧୨/୦୩/୨୪ ମସିହାରେ ଆମ ବସଷ୍ଟାଣ୍ଡ ନିର୍ମାଣ ସକାଶେ ୫,୮୯,୪୬,୫୩୭ (ପାଞ୍ଚ କୋଟି,ଅଣାନବେ ଲକ୍ଷ,ଛୟାଳଶି ହଜାର, ପାଞ୍ଚ ଶହ ଶତତିରିଶି ଟଙ୍କା) ବ୍ୟୟରେ ଓଡ଼ିଶା ଷ୍ଟେଟ ପୋଲିସ ହାଉସିଙ୍ଗ ୱେଲଫେର କର୍ପୋରେସନ ଲିମିଟେଡ ସଂସ୍ଥା ନେଇଥିବା ବେଳେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଆରମ୍ଭ ହୋଇନଥିଲା। ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ ଦ୍ବାରା ପୁରାତନ ବଜାରକୁ ଯିବାଆସିବା ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଯୋଗଦାନ ପରେ ବଜାର କମିଟି ସଦସ୍ୟ ଓ ସ୍ଥାନୀୟ ଥାନାଧିକାରୀ କୌଶିକ ମାଝୀଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାରିବା ପରେ ଗତମାସ ୧୬ ତାରିଖରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜବରଦଖଲ ଉଚ୍ଛେଦ ହୋଇଥିଲା। ପୋଲସରା ବସଷ୍ଟାଣ୍ଡ ନିର୍ମାଣ ହେବାର ବାଟ ସଂପୂର୍ଣ୍ଣ ପରିସ୍କାର ହୋଇଥିବା ବେଳେ ଦିର୍ଘ ଦିନ ଧରି ବନ୍ଦ ରହିଥିବା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆସନ୍ତା ଦିନ ଠାରୁ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here