ବିଭିନ୍ନ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ

0
49

ପୋଲସରା ଓ ବୁଗୁଡା, ୨୧/୬/୨୫ : ଜୁନ ୨୧ ତାରିଖ ଦିନ ବିଭିନ୍ନ ବିଦ୍ୟାଳୟରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ପୋଲସର ବିଇଓ ଶ୍ରୀହର୍ଷବାବୁ ଖଡଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରୀତା ବିଷୟରେ ଛାତ୍ରଛାତ୍ରୀଙ୍କୁ କହିବା ସହ ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଇଓ, ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ନିୟମିତ ଯୋଗ କରିବା ପାଇଁ ଶପଥ ପାଠ କରିଥିଲେ। କ୍ରୀଡା ଶିକ୍ଷକ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।
ସେହିପରି ବୁଗୁଡା ବ୍ଳକର ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଦିନ ଯୋଗ ଅଭ୍ୟାସ କଲେ ସ୍ୱାସ୍ଥ୍ୟବାନ ରହିବ ବୋଲି ପରାମର୍ଶ ଦେଇଥିଲେ। ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ପ୍ରଣବ ମହାନ୍ତ ଯୋଗ ଶିକ୍ଷା ପ୍ରଦାନ କରିଥିବା ବେଳେ ବିଇଓ, ପ୍ରଧାନ ଶିକ୍ଷକ, ସିଆରସିସି, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗ ଅଭ୍ୟାସ କରିଥିଲେ।
ବୁଗୁଡା ବ୍ଳକର ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଡି.ଚାନ୍ଦିନୀ ଆଚାରୀ, ପିଇଓ ଅୟସ କାନ୍ତ ମହାପାତ୍ର, ଡି.ସତ୍ୟନାରାୟଣ ଆଚାରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଯୋଗ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଉପକାର ବୋଲି ପ୍ରକାଶ କରିଥିଲେ। କ୍ରୀଡା ଶିକ୍ଷକ ଯୋଗ ଶିକ୍ଷା ଦେଇଥିବା ବେଳେ ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମୁହିକ ଭାବେ ଅଭ୍ୟାସ କରିଥିଲେ।

LEAVE A REPLY

Please enter your comment!
Please enter your name here