ବିଶ୍ୱ ପରିବେଶ ଦିବସରେ ମେଧାବୀ ଶିକ୍ଷାର୍ଥମାନଙ୍କୁ ସମ୍ବର୍ଦ୍ଧନା

0
20

ପୋଲସରା, ୦୮-୬-୨୬ : ପୋଲସରା ବ୍ଳକ୍ ଅନ୍ତର୍ଗତ କଳମ୍ୱ ଗ୍ରାମ ସ୍ଥିତ ବୀଣାପାଣି ହାଇଟେକ୍ ଷ୍ଟଡି ସେଣ୍ଟର ପକ୍ଷରୁ ବିଶ୍ବ ପରିବେଶ ଦିବସ-୨୦୨୬ ପାଳନ ସହ ମେଧାବୀ ଶିକ୍ଷାର୍ଥଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି ସଚେତନ କାର୍ଯ୍ୟକ୍ରମ ଷ୍ଟଡି ସେଣ୍ଟର ପ୍ରାଙ୍ଗଣରେ ହୋଇଥିଲା। ଏଥିରେ ଅତିଥିଭାବେ ଶିକ୍ଷାବିତ୍ ତଥା କବି ତ୍ରିନାଥ ପ୍ରଧାନ ଓ ବୃନ୍ଦାବନ ପ୍ରଧାନଙ୍କ ଏବଂ ଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗଦେଇଥିଲେ । ଏହି ଅବସରରେ “ବିପଦ ସଂକୁଳ ପୃଥିବୀ ଓ ଆମର ଭୂମିକା” ଶୀର୍ଷକ ଉପରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଅତିଥିବୃନ୍ଦ ସାମ୍ପ୍ରତିକ ବିଶ୍ୱ ପରିବେଶ ଏବଂ ଜଳବାୟୁ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ଗୁରୁଦାୟିତ୍ୱ ରହିଛି। ବିଶ୍ୱକୁ ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀମାନେ ଆଗଭର ହୋଇ ବୃକ୍ଷ ରୋପଣ ଓ ପରିବେଶ ସ୍ବଚ୍ଛତା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଗତ ୨୦୨୫-୨୬ ଶିକ୍ଷା ବର୍ଷରେ ପଞ୍ଚାୟତର ବିଭିନ୍ନ ଶ୍ରେଣୀ ପରୀକ୍ଷାରେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏବଂ ହାତୀଓଟର ଓଡିଶା ଆଦର୍ଶ ବିଦୟାଳୟର ୩ ଜଣ ଟପର ଛାତ୍ରୀଙ୍କୁ ସ୍ୱତନ୍ତ୍ରଭାବେ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ସମସ୍ତ ମେଧାବୀ ଶିକ୍ଷାର୍ଥମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here