Home ବ୍ରହ୍ମପୁର ସ୍ପେଶାଳ ମାଁ ବୁଢ଼ୀ ଠାକୁରାଣୀ ଫେରିଲେ ମୁଖ୍ୟ ମନ୍ଦିର

ମାଁ ବୁଢ଼ୀ ଠାକୁରାଣୀ ଫେରିଲେ ମୁଖ୍ୟ ମନ୍ଦିର

0
7

ବ୍ରହ୍ମପୁର,୦୮/୦୬/୨୦୨୬ : ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଙ୍କ ୧୭ଦିନ ଧରି ଚାଲିଥିବା ଯାତ୍ରା ଶେଷ ହୋଇଛି । ରବିବାର ମଧ୍ୟ ରାତ୍ରରେ ମାଁ ବୁଢ଼ୀ ସାଆନ୍ତାଣୀ ଙ୍କ ସନ୍ଧ୍ୟା ଆଳତି ପରେ ତାଙ୍କରି ବିଦାୟୀ ପର୍ବ ଆରମ୍ଭ ହୋଇଥିଲା । ଭକ୍ତ,ଶ୍ରଦ୍ଧାଳୁ ଙ୍କ ଗହଣରେ ମାଁ ଏକ ବିରାଟ ପଟୁଆରରେ ଅସ୍ଥାୟୀ ମଣ୍ଡପରୁ ବାହାରି ଜଗଦଳପୁର ମୁଖ୍ୟ ରାସ୍ତା ଦେଇ ଉତ୍ତର ସାହିରେ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ଜଗଦଳପୁର ଗ୍ରାମ ସମେତ ଆଖପାଖ ପଂଚାୟତ ର ଶତାଧିକ ମହିଳା ମାଁ ଙ୍କ ବିଦାୟୀ ଯାତ୍ରାରେ ସାମିଲ ହୋଇଥିଲେ । ଉତ୍ତର ସାହି ପରିକ୍ରମା ପରେ ମାଁ ଦକ୍ଷିଣ ସାହି ସ୍ଥିତ ମାଉସୀ ମାଁ ଘରେ ପହଞ୍ଚି ସେଠାରେ ପୋଡ଼ା ପିଠା ଖାଇ ବାହାରିଥିଲେ ଶୁଣ୍ଢି ସାହି ସ୍ଥିତ ବାପା ଘରକୁ । ଶୁଣ୍ଢି ସାହିର ସାହୁ ପରିବାର ଘରେ ଛେନାପୋଡ, ଆଡ଼ିଶା,କାକରା ଭୋଗ ଖାଇ ନିଜ ଶ୍ୱଶୁର ଘର ଅର୍ଥାତ୍ ମୁଖ୍ୟ ମନ୍ଦିରରେ ସୋମବାର ସକାଳ ୪ଟା ବେଳେ ମାଁ ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ । ଯାତ୍ରା ରେ ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ ଙ୍କ ପୂଜକ ଭାଗିରଥୀ ଗନ୍ତାୟତ,ଜଗଦଳପୁର ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର କମିଟି ଏବଂ ଯାତ୍ରା ପରିଚାଳନା କମିଟି ସଦସ୍ୟ ଡ଼ା.ଉମାକାନ୍ତ ସାହୁ,ହରିଶ୍ଚନ୍ଦ୍ର ସାହୁ,ଶିଶିର ସାହୁ,ପଞ୍ଚାନନ ସାହୁ,ସଂଜୟ କୁମାର ସାହୁ,ପିକୁ ସାହୁ,ରାନୁ ସାହୁ ,ସୀମା ବେହେରା ଙ୍କ ସମେତ ମନ୍ଦିରର ସମସ୍ତ ପୂଜକ ଉପସ୍ଥିତ ରହି ମାଁ ଙ୍କ ବିଦାୟୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଯାତ୍ରାକୁ ଶାନ୍ତିଶୃଙ୍ଖଳା ର ସହିତ ଶେଷ କରିବା ପାଇଁ ସ୍ଥାନୀୟ ନିମଖଣ୍ଡି ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!